ଭଦ୍ରକ(ପାର୍ଥସାରଥୀ ନାୟକ): ‘କରୋନା’ ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ ଘୋଷଣା ହୋଇଥିବା ବେଳେ ଭଦ୍ରକରେ ଏହାକୁ ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ବୁହାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିପାରି ଟାଉନ ଥାନା ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି।
ଭଦ୍ରକ ମେଡିକାଲ୍ରେ ନିୟୋଜିତ ଏକ ଆମ୍ୱୁଲାନ୍ସ ରାଣୀତାଲ୍ ଆଡୁ ୭ରୁ ୮ ଜଣଙ୍କୁ ଧରି ଟାଉନ୍ ଅଭିମୁଖେ ଯାଉଥିଲା। ତେବେ ଚରମ୍ପା ନିକଟରେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଚାଳକ ଏ ସମ୍ପର୍କରେ ଜାଣିପାରି ଆମ୍ୱୁଲାନ୍ସ ଛାଡ଼ି ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ ଜବତ କରି ଆର୍ଟିଓ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିପାଇଁ ଅମ୍ୱୁଲାନ୍ସକୁ ୩୧ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।