ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟି ହେଲା ଆମ୍ୱୁଲାନ୍ସ

ନୀଳଗିରି(ବିଶ୍ୱମ୍ୱର ଦାସ): ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟିହେଲା ୧୦୮ ଆମ୍ୱୁଲାନ୍ସ। ଏଥିରେ ଆମ୍ୱୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଭାଲୁକାଶୁଣି ନିକଟରେ ଘଟିଛି । ଆଜି ସକାଳେ ୧୦୮ ଆମ୍ୱୁଲାନ୍ସ ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲା। ଏହି ସମୟରେ ଆମ୍ୱୁଲାନ୍ସଟି ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ଆମ୍ୱୁଲାନ୍ସର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ […]

death

Jyoshna Pradhan
  • Published: Friday, 10 January 2020
  • , Updated: 10 January 2020, 10:05 AM IST

ନୀଳଗିରି(ବିଶ୍ୱମ୍ୱର ଦାସ): ରୋଗୀ ଆଣିବାକୁ ଯାଉଥିଲା, ଗଛରେ ପିଟିହେଲା ୧୦୮ ଆମ୍ୱୁଲାନ୍ସ। ଏଥିରେ ଆମ୍ୱୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ଭାଲୁକାଶୁଣି ନିକଟରେ ଘଟିଛି ।

ଆଜି ସକାଳେ ୧୦୮ ଆମ୍ୱୁଲାନ୍ସ ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲା। ଏହି ସମୟରେ ଆମ୍ୱୁଲାନ୍ସଟି ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ଆମ୍ୱୁଲାନ୍ସର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Related story