ଆମ୍ୱୁଲାନ୍ସ ବିଳମ୍ୱରେ ଆସିଲା: ରାସ୍ତା କଡ଼ରେ ପ୍ରସବ କଲେ ମହିଳା

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ଥମୁନି ଜନନୀ ଯନ୍ତ୍ରଣା। ପୁଣି ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଏହି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ର ଜାମ୍ୱପଦର ଗାଁରେ। ଗତକାଲି ରାତିରେ ପ୍ରସୂତି ଗୋଲାପି ହିକକା ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ ଭୋରରେ ଯନ୍ତ୍ରଣା ଅସହ୍ୟ ହେବାରୁ  ଗୋଲାପିଙ୍କ ପରିବାର ଲୋକେ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ପହଞ୍ଚିବାରେ ୨ ଘଣ୍ଟା ବିଳମ୍ୱ ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ଏକ ଗାଡ଼ି ଭଡ଼ା କରି ଡାକ୍ତରଖାନା ଯିବା ପାଇଁ ବାହାରିଥିଲେ। ତେବେ ଘରୁ ଗାଡ଼ି ପାଖକୁ  ଯିବାବେଳେ ରାସ୍ତାକଡ଼ରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛି ସମୟ ପରେ ଆମ୍ୱୁଲାନ୍ସ ପହଞ୍ଚି ମାଆ ଓ ଛୁଆକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।