ସ୍ୱାସ୍ଥ୍ୟକର୍ମୀଙ୍କ ସେବା ନିଯୁକ୍ତି ନିୟମ ସର୍ତ୍ତାବଳୀ ସଂଶୋଧନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ଙ୍କ ସେବା ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମ-୨୦୨୦କୁ  ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଯେଉଁ ସ୍କିମର ପଦବୀଗୁଡ଼ିକ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରାପ୍ତ ହୋଇଥିବ ସେହିସବୁ ପଦବୀରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ମାନଙ୍କୁ ସ୍ୱଚ୍ଛ ପଦ୍ଧତି ଅନୁସରଣ କରି ନିଯୁକ୍ତ ଦିଆଯାଇଥିବ ଓ ସେମାନେ ସରକାରଙ୍କ ବିଭିନ୍ନ ମେଡିକାଲରେ ଗୁରୁତର ଚିକିତ୍ସା ପଦ୍ଧତିରେ କାର୍ଯ୍ୟରତ ଥିବେ। କେବଳ […]

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

Tapas Behera
  • Published: Monday, 28 December 2020
  • , Updated: 28 December 2020, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ଙ୍କ ସେବା ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମ-୨୦୨୦କୁ  ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଯେଉଁ ସ୍କିମର ପଦବୀଗୁଡ଼ିକ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରାପ୍ତ ହୋଇଥିବ ସେହିସବୁ ପଦବୀରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ପୁରୁଷ ଓ ମହିଳା)ମାନଙ୍କୁ ସ୍ୱଚ୍ଛ ପଦ୍ଧତି ଅନୁସରଣ କରି ନିଯୁକ୍ତ ଦିଆଯାଇଥିବ ଓ ସେମାନେ ସରକାରଙ୍କ ବିଭିନ୍ନ ମେଡିକାଲରେ ଗୁରୁତର ଚିକିତ୍ସା ପଦ୍ଧତିରେ କାର୍ଯ୍ୟରତ ଥିବେ। କେବଳ ସେହି ଠିକା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ସ୍ୱାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ।

ସ୍କିମ ଓ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ(ପୁରୁଷ) ଯେଉଁମାନଙ୍କ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଠିକ୍ ଥିବ, ସେମାନଙ୍କ ଆବେଦନର ସର୍ବାଧିକ ବୟସସୀମାକୁ ୪୫ବର୍ଷ ଧାର୍ଯ୍ୟ କରିଦିଆଯାଇଛି। ସେହିପରି ମହିଳା ଯେଉଁମାନଙ୍କ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ଠିକ୍ ଅଛି, ସେମାନଙ୍କ ଆବେଦର ସର୍ବାଧିକ ବୟସସୀମା ଯାହାକି ପୂର୍ବରୁ ‘୫୦’ବର୍ଷ ଥିଲା, ତାହା ‘୪୫’ବର୍ଷକୁ ହ୍ରାସ କରିଦିଆଯାଇଛି। ଏଥିପାଇଁ ନିଯୁକ୍ତି ପରୀକ୍ଷା ମାଟ୍ରିକ ଷ୍ଟାଣ୍ଡାର୍ଡର ପ୍ରଶ୍ନପତ୍ର ଉପରେ ଆଧାରିତ ହେବ। ସର୍ବାଧିକ ୧୦୦ମାର୍କର ଲିଖିତ ପରୀକ୍ଷା ଦୁଇ ଘଣ୍ଟା ସମୟର ମଲଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫% ମାର୍କ କାଟି ଦିଆଯିବ।

Related story