ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇଛନ୍ତି। ବିମାନ ବନ୍ଦରରେ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ ବିଜେପି ନେତା। ଏଥିନିମନ୍ତେ ବିମାନ ବନ୍ଦରରେ ବହୁ ହେଭିୱେଟ ବିଜେପି ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ମଧ୍ୟ ବିମାନବନ୍ଦରରେ ଉପସ୍ଥିତ […]

amit-1-1

amit-1-1

Niharika Rout
  • Published: Friday, 28 February 2020
  • Updated: 28 February 2020, 12:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇଛନ୍ତି।

ବିମାନ ବନ୍ଦରରେ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ ବିଜେପି ନେତା। ଏଥିନିମନ୍ତେ ବିମାନ ବନ୍ଦରରେ ବହୁ ହେଭିୱେଟ ବିଜେପି ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶ୍ରୀ ଶାହଙ୍କ ସ୍ୱାଗତ ନିମନ୍ତେ ଉପସ୍ଥିତ ଥିଲେ।

ବିମାନ ବନ୍ଦରରୁ ସିଧା ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଥିଲେ ଅମିତ ଶାହ। ସେଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ସେ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଏହି  ବୈଠକ ଅପରାହ୍ନ ୨ଟା ଯାଏ ଚାଲିବ। ୨ଟା ୩୦ରୁ ଅପରାହ୍ଣ ୪ଟା ଯାଏ ଶାହା ଜନତା ମଇଦାନରେ CAA ସମର୍ଥନରେ ସଭା କରିବେ। ଏହାପରେ ସନ୍ଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ବିଜେପିର ୨ଶହରୁ ଅଧିକ ପ୍ରମୁଖ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିବେ। ଏହି ବୈଠକରେ ସବୁ ବିଧାୟକ, ସବୁ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ। ଏଥିରେ ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ଆସନ୍ତାକାଲି ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହ ଦିଲ୍ଲୀ ଫେରିଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story