ଶାହାଙ୍କ ମଧ୍ୟାହ୍ନ ଭୋଜନ ଡ୍ରାମା, ଖାଦ୍ୟର ମାନ ଯାଞ୍ଚ କଲେ ସ୍ୱାସ୍ଥ୍ୟ ଟିମ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହେଶ୍ୱର ସୁନାଙ୍କ ଝାଟିମାଟି ଘରଟି ଆଜି ପଦ୍ମଫୁଲ ପରି ବାସୁଥିଲା। ଦୁଆର ମୁହଁରେ ହାତରେ ପଦ୍ମ ଧରି ଛିଡା ହୋଇଥିଲେ ଘରର କୂଳବଧୁ। କିଏ ପଦ୍ମଫୁଲର ଚିତା ଆଙ୍କୁଥିଲା ତ କିଏ କାନ୍ଥକୁ ରଙ୍ଗେଇ ଥିଲା ପଦ୍ମଫୁଲର ଛବିରେ। ମାଣବସାର ଭ୍ରମ ସୃଷ୍ଟି କରୁଥିଲା ଏମିତି ପରିବେଶ। ସୁନାଙ୍କ ଘରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସିବେ ବୋଲି ହୋଇଥିଲା ଏମିତି ପ୍ରସ୍ତୁତି। ଏହି ଘଟଣାକୁ ନେଇ ମହେଶ୍ୱରଙ୍କ ପାଦ ତଳେ ଲାଗୁ […]

saha

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 05:11 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହେଶ୍ୱର ସୁନାଙ୍କ ଝାଟିମାଟି ଘରଟି ଆଜି ପଦ୍ମଫୁଲ ପରି ବାସୁଥିଲା। ଦୁଆର ମୁହଁରେ ହାତରେ ପଦ୍ମ ଧରି ଛିଡା ହୋଇଥିଲେ ଘରର କୂଳବଧୁ। କିଏ ପଦ୍ମଫୁଲର ଚିତା ଆଙ୍କୁଥିଲା ତ କିଏ କାନ୍ଥକୁ ରଙ୍ଗେଇ ଥିଲା ପଦ୍ମଫୁଲର ଛବିରେ। ମାଣବସାର ଭ୍ରମ ସୃଷ୍ଟି କରୁଥିଲା ଏମିତି ପରିବେଶ। ସୁନାଙ୍କ ଘରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସିବେ ବୋଲି ହୋଇଥିଲା ଏମିତି ପ୍ରସ୍ତୁତି। ଏହି ଘଟଣାକୁ ନେଇ ମହେଶ୍ୱରଙ୍କ ପାଦ ତଳେ ଲାଗୁ ନ ଥିଲା।  ଘର ସଜେଇବାଠାରୁ ଆରମ୍ଭ କରି ରୋଷେଇ, ସବୁଥିରେ ଥିଲା ନିଆରା ପଣ। ଖାଣ୍ଟି ଓଡ଼ିଆ ଖାଦ୍ୟ ବି ପ୍ରସ୍ତୁତ ହୋଇଥିଲା ଶାହାଙ୍କ ପାଇଁ। ଦୂଆର ମୁହଁରେ ବସିଥିଲା କଳସ। ସ୍ୱାଗତ ପାଇଁ ଘର କାନ୍ଥରେ ଲେଖାଯାଇଥିଲା “ସ୍ୱାଗତମ ଅମିତ ଶାହା”। ମଧ୍ୟାହ୍ନ ଭୋଜନ ପାଇଁ ବହୁ ଦେଶୀ ବ୍ୟଞ୍ଜନ ତିଆରି ହୋଇଥିଲା। ନିଜ କୁଡ଼ିଆରେ ମହେଶ୍ୱର ସୁନାଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ ଏହି ବ୍ୟଞ୍ଜନ ତିଆରି କରିଥିଲେ।

ବ୍ୟଞ୍ଜନ ତିଆରି ପୂର୍ବରୁ ଆସିଥିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ଖାଦ୍ୟ ପ୍ରସ୍ତୁତି ପରେ ଯାଞ୍ଚ କରିଥିଲେ ଏହାକୁ । ଖାଦ୍ୟ କେତେବେଳେ ତିଆରି ହେଉଛି, କେଉଁ ମସଲା ବ୍ୟବହାର କରାଯାଇଛି, ପ୍ରସ୍ତୁତି ଖାଦ୍ୟ ଘୋଡ଼ା ହୋଇ ରହିଛି କି ନାହିଁ ଓ ପ୍ରସ୍ତୁତ ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ କି ନୁହେଁ ତାହା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯାଞ୍ଚ କରିଥିଲେ। ପ୍ରତି ଖାଦ୍ୟରେ ପଡ଼ିଥିବା ମସଲା କେଉଁଥିରେ ତିଆରି ହୋଇଛି ତାହାକୁ ମଧ୍ୟ ପଚାରି ବୁଝିଥିଲେ। ଆମ୍ୱିଳ, ମସଲା, ଗହମ ଖିରୀ ସବୁକୁ ଟିକିନିଖି ଦେଖିବା ପରେ ଚାମଚରେ ନେଇ ଏହାକୁ ଚାଖିଥିଲେ ଯାଞ୍ଚକାରୀ ଟିମ୍‌। ଆବଶ୍ୟକ ସ୍ଥଳେ ପ୍ରଶ୍ନ ପଚାରୁଥିଲେ ଏବଂ ଏହାର ଉତ୍ତର ମଧ୍ୟ ଠିକ୍‌ ଭାବେ ଦେଇଥିଲେ ମହେଶ୍ୱର ସୁନା।

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି-“ମେନ୍ୟୁରେ ସ୍ଥାନ ପାଇଥିବା ବ୍ୟଞ୍ଜନ ପ୍ରସ୍ତୁତ ହେବା ପୂର୍ବରୁ ଆମେ ଉପସ୍ଥିତ ରହି ତଦାରଖ କରୁଛୁ। ସେହି ଖାଦ୍ୟରେ କ’ଣ ମସଲା ପଡ଼ିଛି ଓ ଘୋଡ଼ା ହୋଇ ରହିଛି କି ନାହିଁ ଯାଞ୍ଚ କରିଛୁ। ପ୍ରସ୍ତୁତ ହୋଇଥିବା ସବୁ ଖାଦ୍ୟ ସ୍ୱାସ୍ଥ୍ୟକର ।”

ସୂଚନା ଯୋଗ୍ୟ ଯେ, ଅମିତ ଶାହାଙ୍କ ପାଇଁ ଭାତ, ଦେଶୀ ମୁଗ ଡାଲି, ଚଣା ତରକାରି, ଆମ୍ୱିଳ, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷା, କାକରା ଇତ୍ୟାଦି ପ୍ରସ୍ତୁତ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ଅଧ ଘଣ୍ଟାଏ ବିଳମ୍ୱରେ ଅମିତ ଶାହା ପହଞ୍ଚିଥିଲେ। ଘର ଦୁଆର ମୁହଁରେ ମହେଶ୍ୱର ସୁନା ଓ ତାଙ୍କ ପତ୍ନୀ, ଅମିତଙ୍କୁ ସ୍ୱାଗତ କରିଥିଲେ। ପରେ ଘର ଭିତରକୁ ପାଛୋଟି ନେଇ ପରଷିଥିଲେ ଖାଇବା।

Related story