ଇଂଜିନିୟରିଂ ଛାତ୍ର ଅମ୍ଳାନ ପାଇଲେ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍ସିପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରଦାନ କରାଯାଇଛି ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍ସିପ୍‌। ସମ୍ୱଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି(SUIIT)ର କମ୍ପ୍ୟୁର ସାଇନ୍ସ ଇଂଜିନିୟରିଂ ଛାତ୍ର ଅମ୍ଳାନ ନନ୍ଦ ମିଳିଛି ଏହି ସ୍କଲାର୍ସିପ୍‌। ଭୁବନେଶ୍ୱର ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ଅମ୍ଲାନଙ୍କ ବାପାଙ୍କୁ ସ୍କଲାରସିପ୍ ରାଶି ପ୍ରଦାନ କରିଛନ୍ତି ଓଟିଭି ନ୍ୟୁଜ୍‌ ଏଡିଟର ରାଧାମାଧବ ମିଶ୍ର। ଅମ୍ଲାନଙ୍କ କଲେଜ୍‌ ଫି’ ଓ ବାର୍ଷିକ ହଷ୍ଟେଲ୍‌ ଫି’ ବାବଦ ସମସ୍ତ ରାଶି ଦିଆଯାଇଛି। ଅମ୍ଲାନ୍‌ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର […]

Amlan Nanda

  • Published: Wednesday, 21 September 2022
  • , Updated: 21 September 2022, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରଦାନ କରାଯାଇଛି ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍ସିପ୍‌। ସମ୍ୱଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି(SUIIT)ର କମ୍ପ୍ୟୁର ସାଇନ୍ସ ଇଂଜିନିୟରିଂ ଛାତ୍ର ଅମ୍ଳାନ ନନ୍ଦ ମିଳିଛି ଏହି ସ୍କଲାର୍ସିପ୍‌। ଭୁବନେଶ୍ୱର ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ଅମ୍ଲାନଙ୍କ ବାପାଙ୍କୁ ସ୍କଲାରସିପ୍ ରାଶି ପ୍ରଦାନ କରିଛନ୍ତି ଓଟିଭି ନ୍ୟୁଜ୍‌ ଏଡିଟର ରାଧାମାଧବ ମିଶ୍ର। ଅମ୍ଲାନଙ୍କ କଲେଜ୍‌ ଫି’ ଓ ବାର୍ଷିକ ହଷ୍ଟେଲ୍‌ ଫି’ ବାବଦ ସମସ୍ତ ରାଶି ଦିଆଯାଇଛି।

ଅମ୍ଲାନ୍‌ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂରେ ତୃତୀୟ ବର୍ଷ ଛାତ୍ର। ପାଠ ପଢ଼ା ସୁବିଧା ପାଇଁ OTV ପକ୍ଷରୁ ତାଙ୍କୁ ଏହି ସ୍କଲାରର୍ସିପ୍‌ ଦିଆଯାଇଛି। ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକକୁ ବର୍ଷେ ପୂରିଛି। ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହି ସ୍କଲାର୍ସିପ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରତିବର୍ଷ ଆର୍ଥିକ ଅନଗ୍ରସର ବର୍ଗର ଜଣେ କୃତୀ ଛାତ୍ରଙ୍କୁ ଏହି ସହାୟତା ମିଳିବ।

Related story