ବଞ୍ଚିବା ପାଇଁ ଲଢ଼ୁଛନ୍ତି ଅମୃତ ପ୍ରଧାନ, ପୂରା ସୁସ୍ଥ ହେବାକୁ ଲାଗିବ ୨ ମାସ!

ବ୍ରହ୍ମପୁର (ଜଗନ୍ନାଥ ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକ୍‌ମୋ ଚିକିତ୍ସା ପାଉଛନ୍ତି ଅମୃତ ପ୍ରଧାନ। ୭୦ରୁ ଅଧିକ ଦିନ ଧରି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୨ ମାସ ଲାଗିବ। ହେଲେ ପାଖରେ ସମ୍ୱଳ ନାହିଁ। ଏଥିପାଇଁ ଆଉ ଥରେ ସହାୟତା ଭିକ୍ଷା କରିଛନ୍ତି ଅମୃତଙ୍କ ବାପା ମଦନ ମୋହନ ପ୍ରଧାନ ଓ ମାଆ ସବିତା। ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତ ପ୍ରଧାନ। ଡାକ୍ତରଙ୍କ ଚିକିତ୍ସା […]

Amrit-Pradhan

Manoranjan Sial
  • Published: Wednesday, 11 August 2021
  • , Updated: 12 August 2021, 11:35 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକ୍‌ମୋ ଚିକିତ୍ସା ପାଉଛନ୍ତି ଅମୃତ ପ୍ରଧାନ। ୭୦ରୁ ଅଧିକ ଦିନ ଧରି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୨ ମାସ ଲାଗିବ। ହେଲେ ପାଖରେ ସମ୍ୱଳ ନାହିଁ। ଏଥିପାଇଁ ଆଉ ଥରେ ସହାୟତା ଭିକ୍ଷା କରିଛନ୍ତି ଅମୃତଙ୍କ ବାପା ମଦନ ମୋହନ ପ୍ରଧାନ ଓ ମାଆ ସବିତା।

ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତ ପ୍ରଧାନ। ଡାକ୍ତରଙ୍କ ଚିକିତ୍ସା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସୁଛି। ସେପଟେ ଏକ ମାତ୍ର ପୁଅ ଅମୃତର ଆଶୁ ଆରୋଗ୍ୟ କାମନା କରି ତାଙ୍କ ବାପା ଓ ମାଆ ମନ୍ଦିରରୁ ମନ୍ଦିର ବୁଲି ଭଗବାନଙ୍କ ଶରଣ ପଶୁଛନ୍ତି। ଶୀଘ୍ର ପୁଅ ଆରୋଗ୍ୟ ହୋଇ ଘରକୁ ଫେରୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଆଜି ବ୍ରହ୍ମପୁରର ପ୍ରସିଦ୍ଧ ବିନାୟକ ପୀଠରେ ପୁଅ ପାଇଁ ମାନସିକ ରଖି ପୂଜା କରିଛନ୍ତି ବାପା-ମାଆ।

କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହୋଇଥିଲେ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ଆସିନଥିଲା। ଡାକ୍ତରଙ୍କ ପରାମର୍ଶରେ ଜୁନ ୩ ତାରିଖରେ ଅମ୍ରିତଙ୍କୁ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଇକ୍‌ମୋ ଚିକିତ୍ସା କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ମିଳିଥିବା ସହାୟତାରେ ତାଙ୍କର ଚିକିତ୍ସା ଚାଲିଛି। ଚିକିତ୍ସା ପାଇଁ ଦିନକୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଦୀର୍ଘ ୭୦ ଦିନ ଧରି ସେଠାରେ ଚିକିତ୍ସା ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି।

ପୁଅ ଚିକିତ୍ସାରେ ବାପା-ମାଆଙ୍କ ସଞ୍ଚିତ ଅର୍ଥ ସରିଗଲାଣି। ଏଭଳି ସ୍ଥଳରେ ଆହୁରି ୨ ମାସ ଧରି ସେଠାରେ ଅମୃତ ଚିକିତ୍ସା ହେବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେଣୁ ଆଗକୁ ଆହୁରି ଅର୍ଥ ଆବଶ୍ୟକ ପଡ଼ିବ। ସହାୟତା ପାଇଁ ରାଜ୍ୟ ସରକାରଙ୍କଠାରେ ଗୁହାରି କରିଥିଲେ ଅମୃତଙ୍କ ବାପା-ମାଆ। କିନ୍ତୁ ଏଯାଏଁ କୌଣସି ସହାୟତା ମିଳିନାହିଁ। ମେଡିକାଲରେ ଭର୍ତ୍ତି ହୋଇଥିବାରୁ ଠିକ୍‌ରେ ଘରେ ନରହି ମନ୍ଦିରରୁ ମନ୍ଦିର ବୁଲି ପୁଅର ଆଶୁ ଆରୋଗ୍ୟ କାମନା କରୁଛନ୍ତି ବାପା-ମାଆ। ବଦାନ୍ୟ ବ୍ୟକ୍ତିମାନେ ସହାୟତା ପ୍ରଦାନ କଲେ, ତାଙ୍କ ପୁଅ ଘରକୁ ସୁସ୍ଥ ହୋଇ ଫେରି ଆସିବ ବୋଲି କହିଛନ୍ତି ପରିବାର ଲୋକେ।

Related story