ଆନନ୍ଦବିହାର ଏକ୍ସପ୍ରେସ୍‌ରୁ ଇଞ୍ଜିନ ଖସିଯିବା ଘଟଣାର ତଦନ୍ତ ପାଇଁ ୪ ଜଣିଆ ଟିମ୍‌ ଗଠିତ 

ରାଉରକେଲା: ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରୁ ଚଳନ୍ତା ଅବସ୍ଥାରେ ଇଞ୍ଜିନ ଖସିଯିବା ଘଟଣାର ତଦନ୍ତ କରିବାକୁ ୪ ଜଣିଆ ଟିମ୍‌  ଗଠିତ  କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ଟିମ୍‌ ଗଠିତ କରାଯାଇଛି। ଚକ୍ରଧରପୁର ଡିଭିଜନର ୪ଜଣ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ। ଜାନୁଆରୀ ୨୪ ତାରିଖରେ ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରେ ଚଳନ୍ତା ଅବସ୍ଥାରେ ଟ୍ରେନ୍‌ରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ରାଉରକେଲା ଷ୍ଟେସନ୍‌ରୁ ଟ୍ରେନ୍‌ ଛାଡ଼ିବାର ୧୦ରୁ ୧୫ ମିନିଟ୍‌ ପରେ ବିରଜାପାଲ୍ଲୀ ନିକଟରେ ଏହି ଅଘଟଣ ଘଟିଥିଲା। […]

train-engin (1)

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 04:25 PM IST

ରାଉରକେଲା: ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରୁ ଚଳନ୍ତା ଅବସ୍ଥାରେ ଇଞ୍ଜିନ ଖସିଯିବା ଘଟଣାର ତଦନ୍ତ କରିବାକୁ ୪ ଜଣିଆ ଟିମ୍‌  ଗଠିତ  କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ଟିମ୍‌ ଗଠିତ କରାଯାଇଛି। ଚକ୍ରଧରପୁର ଡିଭିଜନର ୪ଜଣ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ।

ଜାନୁଆରୀ ୨୪ ତାରିଖରେ ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ରେ ଚଳନ୍ତା ଅବସ୍ଥାରେ ଟ୍ରେନ୍‌ରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ରାଉରକେଲା ଷ୍ଟେସନ୍‌ରୁ ଟ୍ରେନ୍‌ ଛାଡ଼ିବାର ୧୦ରୁ ୧୫ ମିନିଟ୍‌ ପରେ ବିରଜାପାଲ୍ଲୀ ନିକଟରେ ଏହି ଅଘଟଣ ଘଟିଥିଲା। ଇଞ୍ଜିନ୍‌ ଦୁଇ କିଲୋମିଟର ଗଲା ପରେ ବଗି ନ ଥିବା ଦେଖି ଚାଳକ ପଛକୁ ଫେରିଥିଲେ। ତେବେ ଏହି ଘଟଣାରେ କିଛି କ୍ଷୟକ୍ଷତି ଘଟି ନ ଥିଲା।  ।

ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ୍‌ ରାଉରକେଲାରେ ପହଞ୍ଚିବା ପରେ ଇଞ୍ଜିନ ଚେଞ୍ଜ ହୋଇଥିଲା। ତା’ପରେ ଟ୍ରେନ୍‌ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

 

 

Related story