ଆନନ୍ଦପୁର ପୌରାଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ କାଉନସିଲର

ଆନନ୍ଦପୁର: ଆନନ୍ଦପୁର ପୌରାଧ୍ୟକ୍ଷା ସରସ୍ୱତୀ ଜେନାଙ୍କ ବିରୋଧରେ ଆଜି  ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଆନନ୍ଦପୁର ପୌରପରିଷଦର ୯ କାଉନସିଲର । ସେମାନଙ୍କ ଭିତରେ  ବିଜେଡିର ୫ ଜଣ, କଂଗ୍ରେସରୁ ୨ ଜଣ ଓ ୨ ଜଣ ସ୍ୱାଧୀନ କାଉନସିଲର ଅଛନ୍ତି। ପୌର ପରିଷଦରେ ବ୍ୟାପକ ଅନିୟମିତତା  ନେଇ କାଉନସିଲରମାନେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ମ୍ୟୁନିସିପାଲଟିରେ ମୋଟ ୧୬ କାଉନସିଲର ଥିବା ବେଳେ ୯ ଜଣ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ  ଅଧ୍ୟକ୍ଷା ସରସ୍ୱତୀ ଜେନାଙ୍କ […]

anadapur

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 01:37 PM IST

ଆନନ୍ଦପୁର: ଆନନ୍ଦପୁର ପୌରାଧ୍ୟକ୍ଷା ସରସ୍ୱତୀ ଜେନାଙ୍କ ବିରୋଧରେ ଆଜି  ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଆନନ୍ଦପୁର ପୌରପରିଷଦର ୯ କାଉନସିଲର । ସେମାନଙ୍କ ଭିତରେ  ବିଜେଡିର ୫ ଜଣ, କଂଗ୍ରେସରୁ ୨ ଜଣ ଓ ୨ ଜଣ ସ୍ୱାଧୀନ କାଉନସିଲର ଅଛନ୍ତି।

ପୌର ପରିଷଦରେ ବ୍ୟାପକ ଅନିୟମିତତା  ନେଇ କାଉନସିଲରମାନେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ମ୍ୟୁନିସିପାଲଟିରେ ମୋଟ ୧୬ କାଉନସିଲର ଥିବା ବେଳେ ୯ ଜଣ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ  ଅଧ୍ୟକ୍ଷା ସରସ୍ୱତୀ ଜେନାଙ୍କ ଆସନ ବିପଦରେ  ପଡ଼ିବା ସମ୍ଭାବନା ରହିଛି।

ପୂର୍ବରୁ ଆନନ୍ଦପୁର ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥାରେ ହାରି ପଦ ହରାଇଥିଲେ ସଂଧ୍ୟାରାଣୀ ବେହେରା।

Related story