ରାସ୍ତା ପାର ବେଳେ ଚାଲିଗଲା ଜୀବନ, ଚାପି ଦେଲା ଟ୍ରକ୍‌

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ୨୧୫ ନମ୍ୱର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ରାସ୍ତା ପାରି ହେଉଥିବା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିବା ଜଣାପଡ଼ିଛି।

ବୀରଗୋବିନ୍ଦପୁର ଗାଁର ରାମଚନ୍ଦ୍ର ନାଇକ ଓ ସୁମନ୍ତ ନାଇକ ଆଜି ସକାଳେ ଶୌଚ ସାରି ଘରକୁ ଫେରିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଷିପୁର ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି।