କେନ୍ଦୁଝର: ମୌଳିକ ସୁବିଧା ଦାବିରେ ଭୋଟ ବର୍ଜନ କଲେ କେ.ବାଲିପାଳ ବାସିନ୍ଦା

ଆନନ୍ଦପୁର: ମୌଳିକ ସୁବିଧା ଦାବିରେ ହାଟଡିହି ବ୍ଲକ୍‌ କେ.ବାଲିପାଳ ପଞ୍ଚାୟତବାସୀ ଭୋଟ ବର୍ଜନ କରିଛନ୍ତି। ଫଳରେ ୯ଟି ବୁଥ୍‌ରେ ଗୋଟିଏ ହେଲେ ଭୋଟ ପଡିନାହିଁ। ଏପରିକି ଗତକାଲି ପୋଲିଂ ପାର୍ଟି ଆସିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ରାସ୍ତା ଅବରୋଧ କରି ବସିଥିଲେ। ପଞ୍ଚାୟତକୁ ଯିବାକୁ ଥିବା ଛତ୍ରାଘାଟି ରାସ୍ତା ନିର୍ମାଣ ଓ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ଦାବିରେ ଅଞ୍ଚଳବାସୀ ଗତକାଲିଠାରୁ ରାସ୍ତା ଅବରୋଧ କରି ବସିଛନ୍ତି। ଗତ ରାତିରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଏସଡିପିଓ […]

anandapur

Rakesh Mallick
  • Published: Monday, 13 February 2017
  • , Updated: 13 February 2017, 02:52 PM IST

ଆନନ୍ଦପୁର: ମୌଳିକ ସୁବିଧା ଦାବିରେ ହାଟଡିହି ବ୍ଲକ୍‌ କେ.ବାଲିପାଳ ପଞ୍ଚାୟତବାସୀ ଭୋଟ ବର୍ଜନ କରିଛନ୍ତି। ଫଳରେ ୯ଟି ବୁଥ୍‌ରେ ଗୋଟିଏ ହେଲେ ଭୋଟ ପଡିନାହିଁ। ଏପରିକି ଗତକାଲି ପୋଲିଂ ପାର୍ଟି ଆସିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ରାସ୍ତା ଅବରୋଧ କରି ବସିଥିଲେ।

ପଞ୍ଚାୟତକୁ ଯିବାକୁ ଥିବା ଛତ୍ରାଘାଟି ରାସ୍ତା ନିର୍ମାଣ ଓ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ଦାବିରେ ଅଞ୍ଚଳବାସୀ ଗତକାଲିଠାରୁ ରାସ୍ତା ଅବରୋଧ କରି ବସିଛନ୍ତି। ଗତ ରାତିରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଏସଡିପିଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

Related story