ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଦିଦି ଛୁ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଛୁ ମାରିଥିଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ପିଲାଟିର କାନ୍ଦ ଶୁଣି ତାଲା ଭାଙ୍ଗିବା ସହ ଶିଶୁକୁ ଉଦ୍ଧାର କରିଥିଲେ । ବନ୍ଦ ଘର ଭିତରେ ଶିଶୁପୁତ୍ରଟି ଅସୁସ୍ଥ ହୋଇ ପଡ଼ିଥିବାନେଇ ସୂଚନା […]

4r4

Tapas Behera
  • Published: Monday, 08 July 2019
  • , Updated: 08 July 2019, 08:54 PM IST

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଛୁ ମାରିଥିଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ତେବେ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ପିଲାଟିର କାନ୍ଦ ଶୁଣି ତାଲା ଭାଙ୍ଗିବା ସହ ଶିଶୁକୁ ଉଦ୍ଧାର କରିଥିଲେ । ବନ୍ଦ ଘର ଭିତରେ ଶିଶୁପୁତ୍ରଟି ଅସୁସ୍ଥ ହୋଇ ପଡ଼ିଥିବାନେଇ ସୂଚନା ମିଳିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଅଙ୍ଗନୱାଡ଼ି କର୍ମୀ ଜଣକ  ତାଲା ପକାଇ ପଳାଇଲେ, ତାହା ଜଣାପଡ଼ିନି।

Related story