‘କଟକଣା ନ ମାନିଲେ ଶଟ୍‌ଡାଉନ୍‌ ହେବ ପୂରା ଜିଲ୍ଲା’

ଅନୁଗୋଳ(ବିରଜା ଦାସ): ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ମାନୁ ନାହାନ୍ତି। ଦୋକାନ ବଜାରରେ ଅଯଥା ଗହଳି କରୁଛନ୍ତି। ଲକ୍‌ଡାଉନ୍‌ ନିୟମ ନ ମାନିଲେ ବାଧ୍ୟ ହୋଇ ପୂରା ଜିଲ୍ଲାକୁ ଶଟଡାଉନ ଘୋଷଣ କରାଯିବ ବୋଲି କହିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି। ବିଶେଷ କରି ଅନୁଗୋଳ ପୌରପାଳିକା ଅଞ୍ଚଳରେ ଲୋକ ସାମାଜିକ ଦୂରତାକୁ ମାନୁନଥିବା ଜିଲ୍ଲାପାଳ କହିଛନ୍ତି । ଲୋକମାନେ ବାହରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ […]

angul-2--1

angul-2--1

Niharika Rout
  • Published: Tuesday, 12 May 2020
  • Updated: 12 May 2020, 12:42 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ମାନୁ ନାହାନ୍ତି। ଦୋକାନ ବଜାରରେ ଅଯଥା ଗହଳି କରୁଛନ୍ତି। ଲକ୍‌ଡାଉନ୍‌ ନିୟମ ନ ମାନିଲେ ବାଧ୍ୟ ହୋଇ ପୂରା ଜିଲ୍ଲାକୁ ଶଟଡାଉନ ଘୋଷଣ କରାଯିବ ବୋଲି କହିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି।

ବିଶେଷ କରି ଅନୁଗୋଳ ପୌରପାଳିକା ଅଞ୍ଚଳରେ ଲୋକ ସାମାଜିକ ଦୂରତାକୁ ମାନୁନଥିବା ଜିଲ୍ଲାପାଳ କହିଛନ୍ତି । ଲୋକମାନେ ବାହରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାୟ ରଖନ୍ତୁ। ନଚେତ ପୂରା ଜିଲ୍ଲାକୁ ଶଟ୍‌ଡାଉନ୍ ଘୋଷଣ କରାଯିବ ବୋଲି ସତର୍କ କରାଇଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲାରହୁଥିଲେ ମଧ୍ୟ ବିଭିନ୍ନ ଦୋକାନ ବଜାର ଭିଡ ରହୁଛି ।

ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୫ ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦୦ ପ୍ରବାସୀ ଓଡ଼ିଆ ଅନୁଗୋଳ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଆସିଲେଣି । ସେମାନଙ୍କୁ ପଞ୍ଚାୟତସ୍ତରରେ ଥିବା ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରେ ରଖାଯାଇଛି । ସବୁ କ୍ୱାରେଣ୍ଟାଇନ ଅଞ୍ଚଳ ସହ ଏହାର ଚତୁପାର୍ଶ୍ୱର ୧୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos