ଆଜି ଓଡ଼ିଶା ଆସୁଛନ୍ତି ଆନ୍ନା ହଜାରେ: କାଲି ଚାଷୀଙ୍କୁ ଦେବେ ଉଦ୍‌ବୋଧନ

Ordigital Desk
  • Published: Wednesday, 22 November 2017
  • , Updated: 22 November 2017, 07:48 AM IST
<p>ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଶିଷ୍ଠ ସମାଜସେବୀ ଆନ୍ନା ହଜାରେ। ଦିନ ପ୍ରାୟ ଗୋଟାଏରେ ଆନ୍ନା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି। ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନକୁ ନିଆଯିବ। ଦୁଇ ଦିନିଆ ଗସ୍ତରେ ଆସୁଥିବା ଆନ୍ନା ୨୩ ତାରିଖରେ&nbsp; ଜଗତସିଂପୁରରେ ଆୟୋଜିତ ହେବାକୁ ଥିବା ଜୟ କିଷାନ ମହାସମାବେଶରେ ଉଦ୍&zwnj;ବୋଧନ ଦେବେ। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିକୁ ନେଇ ଏଇ ସମାବେଶର ଆୟୋଜନ କରାଯାଉଛି।</p> <p>ଗତ ଅକ୍ଟୋବର ୧୧ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ କୃଷକ ସମାବେଶରେ ଯୋଗ ଦେଇ ଚାଷୀଙ୍କ ନ୍ୟାଯ୍ୟ ଅଧିକାର ପାଇଁ ଆହ୍ୱାନ ଦେଇଥିଲେ। ଏହି ଆହ୍ୱାନର ପ୍ରଥମ କାର୍ଯ୍ୟକ୍ରମ ଜଗତସିଂହପୁର ଜୟ କିଷାନ ମହାସାମାବେଶରୁ ଆରମ୍ଭ ହେବ। ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି।</p>

Related story