କରୋନାରେ ଆଉ ୧୦୨ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ବାକି ୫ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ କରୋନାରେ ୪ ଜଣଙ୍କ […]

Coronavirus

Coronavirus

Jitendra Garnayak
  • Published: Tuesday, 19 May 2020
  • Updated: 19 May 2020, 12:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ବାକି ୫ ଜଣଙ୍କ ମୃତ୍ୟୁ ଘଟିଛି।

ପୂର୍ବରୁ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଟକର। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଫୁସ୍‌ଫୁସ୍ ସହିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ୪ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର ଓ ଆଉ ୨ ଜଣ ଗଞ୍ଜାମ ଜିଲ୍ଲାର ଥିଲେ।

୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ସର୍ବାଧିକ ୩୧ ଜଣ ଥିବା ବେଳେ ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୋଳର ୨, ବାଲେଶ୍ୱରର ୨, ସମ୍ବଲପୁରର ୨ ଓ ନୟାଗଡ଼ର ଜଣେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୫ ଜଣ ସ୍ଥାନୀୟ ଅଞ୍ଚଳ।

୩୧ଟି ନୂଆ କେସ୍ ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୨୧ଟି ନୂଆ କେସ୍ ସହିତ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨୧ ଜଣ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରେ ଆଉ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୨୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇସାରିଛନ୍ତି।

ଜଗତସିଂହପୁରରେ ୨୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮ରେ ପହଞ୍ଚି ଯାଇଛି। ଏଠାରେ ମାତ୍ର ୫ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ୮ଟି ନୂଆ କେସ୍ ସହିତ ମୋଟ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୩୫ ଜଣ ଚିକିତ୍ସାଧୀନ ଅଛନ୍ତି।

କଟକ, ଖୋର୍ଦ୍ଧା ଓ ପୁରୀରେ ୪ ଜଣ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୋଟ ସଂଖ୍ୟା ଯଥାକ୍ରମେ ୨୭, ୬୪ ଓ ୩୩ରେ ପହଞ୍ଚି ଯାଇଛି। କଟକରେ ୨ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରେ ଜଣେ ଓ ଖୋର୍ଦ୍ଧାରେ ୪୮ ଜଣ ସୁସ୍ଥ ହୋଇଛନ୍ତି। କଟକରେ ଜଣଙ୍କ ମୃତ୍ୟୁ ଘଟିଛି।

୨ ନୂଆ ଆକ୍ରାନ୍ତଙ୍କ ସହିତ ଅନୁଗୋଳରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୭ରେ ପହଞ୍ଚିଯାଇଛି ଏବଂ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି। ସମ୍ବଲପୁରରେ ଆଉ ୨ ଜଣ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ଏଠାରେ ବି ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ନୂଆ କେସ୍ ସହିତ ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos