ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ସୁରତ ଫେରନ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚି ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ  ୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ସୁରତ ଫେରନ୍ତା  ହୋଇଥିବା ବେଳେ ଜଣେ କେରଳରୁ ଆସିଥିଲେ।  ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ […]

Coronavirus

Coronavirus

Jitendra Garnayak
  • Published: Friday, 08 May 2020
  • Updated: 08 May 2020, 11:22 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚି ଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ  ୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ସୁରତ ଫେରନ୍ତା  ହୋଇଥିବା ବେଳେ ଜଣେ କେରଳରୁ ଆସିଥିଲେ।  ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ଜଣ ଅଛନ୍ତି। ଗଞ୍ଜାମର ୧୯ ଆକ୍ରାନ୍ତଙ୍କ ବୟସ ୧୮ରୁ ୫୮ ବର୍ଷ ମଧ୍ୟରେ ଓ ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୧୮ ଜଣ ସୁରତରୁ ଫେରିଥିବା ବେଳେ ଜଣେ କେରଳରୁ ଆସିଥିଲେ।

ସେହିଭଳି ଭଦ୍ରକର ଦୁଇ ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୨୧ ଓ ୪୧ ବର୍ଷ। କେନ୍ଦ୍ରାପଡ଼ାର ୫ ଆକ୍ରାନ୍ତ ୩୨, ୩୩, ୨୭, ୩୫, ୩୧ ବର୍ଷର ପୁରୁଷ।

୧୯ଟି ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚି ଯାଇଛି। ୪୭ ଜଣ ଯାକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ (୨ସୁସ୍ଥ, ୬ ଚିକିତ୍ସାଧୀନ)ରେ ପହଞ୍ଚି ଥିବା ବେଳେ ଭଦ୍ରକରେ ଏହି ସଂଖ୍ୟା ୨୩ (୧୨ ସୁସ୍ଥ, ୧୧ ଚିକିତ୍ସାଧୀନ)ରେ ପହଞ୍ଚିଛି।

ଭଦ୍ରକର ଦୁଇ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ମଧ୍ୟ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ, ସେମାନେ ଗୁଜରାଟରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଧାମନଗର ବ୍ଲକ୍‌ରୁ ହୋଇଥିବା ବେଳେ ଅନ୍ୟ ଜଣେ ବାସୁଦେବପୁର ପୌରାଞ୍ଚଳର।

ସେହିପରି କେନ୍ଦ୍ରାପଡ଼ାର ୫ ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ସେ ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳର। ଗତ ୩ ତାରିଖରେ ବସ୍‌ରେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ କଟକର କୋଭିଡ ହସ୍ପିଟାଲକୁ ପଠାଯାଇଛି। ସେ ଆହୁରି କହିଛନ୍ତି ଯେ ସୁରତରୁ ବସ୍ ଯୋଗେ ମୋଟ ୫୮ ଜଣ ଫେରିଥିଲେ।

୧୯ ନୂଆ ଆକ୍ରାନ୍ତଙ୍କ ସହିତ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଯାଜପୁରରେ ସର୍ବାଧିକ ୫୫ ଜଣ (ଜଣେ ସୁସ୍ଥ, ୫୪ ଚିକିତ୍ସାଧୀନ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ଏଠାରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଜଣ ଚିକତ୍ସାଧୀନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ଏଯାବତ୍ ଚିହ୍ନଟ ହୋଇଥିବା ୨୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୧ ଟି କେସ୍ ସକ୍ରିୟ ରହିଛି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story