ଗଞ୍ଜାମରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୨୭ ଜଣଙ୍କ ଚିକିତ୍ସା ଚାଲିଛି। ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ୩୮ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା […]

corona-7

corona-7

Jitendra Garnayak
  • Published: Sunday, 21 June 2020
  • Updated: 21 June 2020, 08:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୨୭ ଜଣଙ୍କ ଚିକିତ୍ସା ଚାଲିଛି। ୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ନୂଆ ୩୮ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରେ ଛତ୍ରପୁରର ଜଣେ କରୋନା ଯୋଦ୍ଧା ଥିବା ବେଳେ ଚିକିଟିରୁ ୨, ଗଞ୍ଜାମରୁ ୧, ପୋଲସରାରୁ ୩, ରଙ୍ଗେଇଲୁଣ୍ଡାରୁ ୧ ଓ ଭଞ୍ଜଗନରରୁ ଜଣେ ଅଛନ୍ତି। ସେହିପରି ୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ୪ ଜଣ ସୁରଟରୁ ଫେରିଥିବା ବେଳେ ଜଣେ ତାମିଲନାଡୁରୁ, ଜଣେ ମହାରାଷ୍ଟ୍ରରୁ, ଜଣେ ବେଙ୍ଗାଲୁରୁରୁ ଓ ଜଣେ କେରଳରୁ ଫେରିଥିଲେ। ଏହି ଆଠ ଜଣଙ୍କ ମଧ୍ୟରୁ ୨ ଜଣ କେ.ଏସ୍.ନଗରର ହୋଇଥିବା ବେଳେ ବେଲଗୁଣ୍ଠା, ବେଗୁନିଆପଡ଼ା, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର ଓ ସେରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।

ସମସ୍ତ ୩୮ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos