ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ; କେଉଁ ଜିଲ୍ଲାରେ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ଗଞ୍ଜାମରୁ ୨୨, ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁର ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। Another 50 #COVID19 […]

coronavirus-in-india

coronavirus-in-india

Manoranjan Sial
  • Published: Thursday, 21 May 2020
  • Updated: 21 May 2020, 03:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ଗଞ୍ଜାମରୁ ୨୨, ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁର ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/HFWOdisha/status/1263402416122167296?s=20

ଆଜି ସକାଳେ ୫୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯୨ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୦୩ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos