ସୁସ୍ଥ ହେଲେ ୬୪୩ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୬୪୩ ଜଣ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୩୯୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ୱିଟ୍ କରିଛି।
ଆଜି ସୁସ୍ଥ ହୋଇଥିବା ୬୪୩ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ଼ରୁ ୧୪, କନ୍ଧମାଳରୁ ୧୪, ଢେଙ୍କାନାଳରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୮, ଗଜପତିରୁ ୬, ବଲଙ୍ଗିରିରୁ ୫, ଝାରସୁଗୁଡ଼ାରୁ ୫, ଯାଜପୁରରୁ ୪, ସୁନ୍ଦରଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୩, କୋରାପୁଟରୁ ୩, ସମ୍ୱଲପୁରରୁ ୨ ଓ ଅନୁଗୋଳରୁ ଜଣେ ‘କରୋନା’ରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
8 from Bhadrak
6 from Gajapati
5 each from Balangir & Jharsuguda
4 each from Jajpur & Sundergarh
3 each from Kendrapara & Koraput
2 from Sambalpur
1 from AngulThe total recovered cases of #Odisha now stand at 14392.
— H & FW Dept Odisha (@HFWOdisha) July 23, 2020
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ୨୧୦୯୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୩୯୨ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୬୭୦୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩୧ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।