ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ସମ୍ବଲପୁରକୁ ଛୁଇଁଲା କରୋନା ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ୯୧ରୁ ୮୭ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ […]

corona

corona

Jitendra Garnayak
  • Published: Sunday, 17 May 2020
  • Updated: 17 May 2020, 02:27 PM IST

Sports

Latest News

  • ସମ୍ବଲପୁରକୁ ଛୁଇଁଲା କରୋନା
  • ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
  • ୯୧ରୁ ୮୭ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୨୮ ଜଣ ଚିକିତ୍ସାଧୀନ ଅଛନ୍ତି।

ପୂର୍ବରୁ ରାଜ୍ୟରେ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଦୁଇ ଜଣ ଖୋର୍ଦ୍ଧାର ଓ ଜଣେ ଗଞ୍ଜାମ ଜିଲ୍ଲାର ଥିଲେ। ଏବେ ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସେ ଜଣେ ପୁରୁଷ। ସେ ସୁରତରୁ ଫେରିଥିଲେ। ଏହା ସହିତ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ସେହିପରି ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଛୁଇଁଛି କରୋନା। ରାଜ୍ୟରେ ନୂତନ ଭାବେ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସମ୍ବଲପୁର ଜିଲ୍ଲାର ଅଛନ୍ତି।

ଏହି ୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ଜଣେ ସରପଞ୍ଚଙ୍କ ନମୁନା ପଜିଟିଭ୍ ଆସିଛି। ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଦୁଇ ପଜିଟିଭ୍ ଅନ୍ୟ ସୂତ୍ରରୁ ଆସିଛନ୍ତି।

ନୂଆ ଆକ୍ରାନ୍ତ କେଉଁ ଜିଲ୍ଲାର ଓ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ଛୁଇଁଲା

ନୂତନ ଭାବେ ଚିହ୍ନଟ ୯୧ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୧୫ ଜଣ ଅଛନ୍ତି। ଏହା ସହିତ ଏଠାରେ ସର୍ବାଧିକ ୨୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣ ସୁସ୍ଥ ହୋଇଛନ୍ତି। ୨୬୦ ଜଣ ଚିକିତ୍ସାଧୀନ ଅଛନ୍ତି।

ଭଦ୍ରକରେ ଆଉ ୨୮ ଜଣ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ ଓ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୮ ଜଣଙ୍କ ମଧ୍ୟରୁ ଗୁଜରାଟରୁ ୧୭, ପଶ୍ଚିମବଙ୍ଗରୁ ୮, ତେଲେଙ୍ଗାନାରୁ ୧ ଓ ମହାରାଷ୍ଟ୍ରରୁ ୨ ଜଣ ଫେରିଥିଲେ। ନୂଆ କେସ୍ ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୨୧ ଜଣ ସୁସ୍ଥ ହୋଇଛନ୍ତି।

ବାଲେଶ୍ୱରରେ ପୁଣି ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଛୁଇଁଛି।

ଖୋର୍ଦ୍ଧାରେ ୩ ପଜିଟିଭ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି। କଟକରେ ଏହି  ସଂଖ୍ୟା ୨୨ରେ ପହଞ୍ଚିଛି। ପୁରୀରେ ଆଉ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଛି। କେନ୍ଦୁଝରରେ ୪ଟି ନୂଆ କେସ୍ ଆସିଛି। ଏହା ସହିତ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୮ରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲାରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୪ରେ ପହଞ୍ଚିଛି।

ସୁନ୍ଦରଗଡ଼ରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ନୂତନ ଭାବେ ପିଜିଟିଭ୍ ଚିହ୍ନଟ ହୋଇଥିବା ୬୨ ବର୍ଷୀୟ ବୃଦ୍ଧ ଆନ୍ଧ୍ର ପ୍ରଦେଶରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story