ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା; ବିଲରେ ବିଷ ପିଇଲେ ଦେବେନ୍ଦ୍ର

Ordigital Desk
  • Published: Friday, 01 December 2017
  • , Updated: 01 December 2017, 01:19 PM IST
<p>ବରଗଡ଼: ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ଫସଲରେ ଚକଡା ପୋକ ଲାଗିବାରୁ ଭେଡେନ ବ୍ଲକ ଖପସିପାଲ୍ଲୀ ଗାଁର ଚାଷୀ ଦେବେନ୍ଦ୍ର ଥାପା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ଦେବେନ୍ଦ୍ର&nbsp; ଚାଷ କରିଥିବା ଅଢେଇ ଏକର ଜମିରେ ଚକଡା ପୋକ ଲାଗି ଯାଇଥିଲା। ତେଣୁ ଫସଲ ହାନି ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।</p> <p>&amp;nbsp;</p>

Related story