୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ୧୮ରେ ଆଉ ଗୋଟିଏ ଆସୁଛି

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ବନ୍ୟା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଥିବା ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି।

କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା, ଏବେ ସ୍ଥିତି ସ୍ୱାଭାବିକ ରହିଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବ୍‌ଶୀଘ୍ର SRCଙ୍କୁ ରିପୋର୍ଟ ଦେବେ। ୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ୧୮ରେ ଆଉ ଏକ ଲଘୁଚାପ ଆସିବାର ଅଛି, ସ୍ପଷ୍ଟ ହେଲେ ବ୍ୟବସ୍ଥା ହେବ ମୁଖ୍ୟ ସଚିବ କହିଛନ୍ତି।

ବନ୍ୟା ପରିସ୍ଥିତିକୁ ରାଜ୍ୟ ସରକାର ସତର୍କ ରହିଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରଖାଯାଇଛି। ନଦୀରେ ଜଳସ୍ତର ବଢ଼ୁଥିବାରୁ ଏଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ମାଲକାନଗିରିରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ସେହିପରି ଆସୁଥିବା ଲଘୁଚାପକୁ ନେଇ ବିଭାଗ ସଜାଗ ଥିବା ମନ୍ତ୍ରୀ କହିଛନ୍ତି। ଫସଲ ଜନିତ କ୍ଷୟକ୍ଷତିର ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି। ସେପଟେ ଲଘୁଚାପ ବର୍ଷାଯୋଗୁଁ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। SRC ଓ କୃଷି ବିଭାଗ ପକ୍ଷରୁ ବନ୍ୟା ଯୋଗୁଁ ଚାଷଜମି କ୍ଷୟକ୍ଷତିର ରିପୋର୍ଟ ମଗାଯାଇଛି। କୃଷକମାନଙ୍କୁ ବନ୍ୟା କ୍ଷୟକ୍ଷତି ସହାୟତା ଯୋଗାଇ ଦେବାପାଇଁ କୃଷି ବିଭାଗ ପ୍ରସ୍ତୁତ ଅଛି ବୋଲି କୃଷିମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ସୁସ୍ଥ ହେଲେ ୪୦୧୪

ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ