ବ୍ୟବସ୍ଥା ଉପରୁ ବିଶ୍ୱାସ ହରାଇଲେ: ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୩୦ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଗାଁରେ ଘଟଣାର ବିଚାର ପରେ ଗତ ୨ ତାରିଖରେ ଥାନାରେ ଏତଲା ଦେଇଥିଲେ ପୀଡ଼ିତା। କିନ୍ତୁ ୨୨ଦିନ ପରେ ବି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଶେଷରେ ମାନସିକ ନିର୍ଯାତନା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ନାବାଳିକା।
ଖବର ପାଇ ବାଲୁଗାଁ ଏସଡିପିଓଙ୍କ ସହ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତ୍ମହତ୍ୟା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଉତ୍ତ୍ୟକ୍ତ ଗାଁ ଲୋକେ ଶବ ଛାଡ଼ି ନ ଥିଲେ। ତେବେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପୋଲିସ ଶବ ଜବତ କରି ବାଣପୁର ଡାକ୍ତରଖାନାକୁ ପଠାଇଛି।
Ordigital Desk
• Published: Thursday, 25 January 2018
• Updated: 25 January 2018, 07:50 AM IST
Sports
Latest News
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୩୦ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଗାଁରେ ଘଟଣାର ବିଚାର ପରେ ଗତ ୨ ତାରିଖରେ ଥାନାରେ ଏତଲା ଦେଇଥିଲେ ପୀଡ଼ିତା। କିନ୍ତୁ ୨୨ଦିନ ପରେ ବି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଶେଷରେ ମାନସିକ ନିର୍ଯାତନା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ନାବାଳିକା।
ଖବର ପାଇ ବାଲୁଗାଁ ଏସଡିପିଓଙ୍କ ସହ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆତ୍ମହତ୍ୟା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ଉତ୍ତ୍ୟକ୍ତ ଗାଁ ଲୋକେ ଶବ ଛାଡ଼ି ନ ଥିଲେ। ତେବେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ପୋଲିସ ଶବ ଜବତ କରି ବାଣପୁର ଡାକ୍ତରଖାନାକୁ ପଠାଇଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos