ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଗୁରୁବାର ଆଉ ଏକ ବାଘ ଛୁଆର ମୃତ୍ୟୁ ହୋଇଛି। ଏହି ବାଘ ଛୁଆ ଧଳା ବାଘୁଣି ରୁପା ଠାରୁ ଜନ୍ମ ନେଇଥିଲା। ରୁପା ଜନ୍ମ ଦେଇଥିବା ୩ ଛୁଆ ଭିତରୁ ଏହା ଗୋଟିଏ ଥିଲା। ଗତ ୩ ଦିନ ହେବ ସେ ସାଙ୍ଘାତିକ ଜ୍ୱରରେ ଆକ୍ରାନ୍ତ ଥିଲା।
ଗତ ମଙ୍ଗଳବାର ରୁପାର ଆଉ ଗୋଟିଏ ଛୁଆ ବିବେକର ମୃତ୍ୟୁ ହୋଇଥିଲା। ଗୋଡ ହାଡରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା। ତାକୁ ନିଶ୍ଚେତକ ଦିଆଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭେଟନାରୀରେ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା।
ମାର୍ଚ୍ଚ ୧୧ ତାରିଖରେ ରୁପା ଛୁଆଗୁଡ଼ିକୁ ଜନ୍ମ ଦେବା ପରେ ସେମାନଙ୍କୁ ପାଖ ପୂରାଇ ଦେଉ ନ ଥିଲା। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ସୂଚନାଯୋଗ୍ୟ, ଏବେ ନନ୍ଦନକାନନରେ ୨୬ଟି ବାଘ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।
Miscellaneous
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କଲେ ମୋହନ ସରକାର, ମାଗିଥିଲେ ଆଉ ୬ ମାସ ଛୁଟି
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି ।
Miscellaneous
ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ
ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ଘରକୁ ଯାଇ ସ୍କୁଟି ସିଜ୍ କରିଥିଲା ପରିବହନ ବିଭାଗ। ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଚଢ଼ାଉ ଦ୍ୱାରା ସମ୍ମାନ ହାନୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।