ଆନ୍ତର୍ଜାତିକ ବକ୍ସର ମମତା ପଣ୍ଡାଙ୍କ ଆତ୍ମହତ୍ୟା ଉଦ୍ୟମ, ଡାକ୍ତରଖାନାରେ ଭର୍ତ୍ତି

ଗଜପତି: ଆନ୍ତର୍ଜାତିକ ବକ୍ସର ତଥା ଗଜପତି ଜିଲ୍ଲା ଅଡ଼ବା ଥାନା ଏସ୍ଆଇ ମମତା ପଣ୍ଡା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଛି। କୂଅକୁ ଡେଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପାରିବାରିକ କଳହକୁ ନେଇ ଏହା ଘଟିଥିବା ଅନୁମାନ କରାଯାଉଛି। ଗୁରୁବାର ତାଙ୍କ ସ୍ୱାମୀ ନୀଳମଣି ଦାସ ଆତ୍ମହତ୍ୟା ଉଦ୍ୟମ କରି […]

mamata

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 03:31 AM IST

ଗଜପତି: ଆନ୍ତର୍ଜାତିକ ବକ୍ସର ତଥା ଗଜପତି ଜିଲ୍ଲା ଅଡ଼ବା ଥାନା ଏସ୍ଆଇ ମମତା ପଣ୍ଡା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଛି। କୂଅକୁ ଡେଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପାରିବାରିକ କଳହକୁ ନେଇ ଏହା ଘଟିଥିବା ଅନୁମାନ କରାଯାଉଛି।

ଗୁରୁବାର ତାଙ୍କ ସ୍ୱାମୀ ନୀଳମଣି ଦାସ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ମମତା ଗତକାଲି ଅପରାହ୍ନରେ କୂଅକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣା ସମଗ୍ର ଗଞ୍ଜ।ମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ମମତା ୨ବର୍ଷ ତଳେ ବିବାହ କରିଥିଲେ।

Related story