ବର୍ଷାଙ୍କ ପାଖକୁ ଶ୍ରୀମଦ୍‌ଭାଗବତ ଗ୍ରନ୍ଥ ପଠାଇଲେ ଅନୁଭବ

କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କ ଜରିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶ୍ରୀମଦ୍‌ଭାଗବତ ଗ୍ରନ୍ଥ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାକୁ ପଢି ନିଜକୁ ଶାନ୍ତ କରିବା ସହ ଆମ ପରିବାର ଲୋକଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଆଜି କଟକ SDJM କୋର୍ଟରେ ମାମଲାର ଶୁଣାଣି ପରେ ଅନୁଭବ ଏହି ଗ୍ରନ୍ଥ ଓକିଲଙ୍କ ହାତରେ ପଠାଇଛନ୍ତି। ସୂଚନା ମୁତାବକ, ଆଜି ଦୁହିଁଙ୍କ ବିଚ୍ଛେଦ ମାମଲାରେ ଅନୁଭବ ମହାନ୍ତି କଟକ ପାରିବାରିକ ଅଦାଲତରେ ହାଜର […]

anubhaba

  • Published: Monday, 04 July 2022
  • , Updated: 04 July 2022, 10:51 PM IST

କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କ ଜରିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶ୍ରୀମଦ୍‌ଭାଗବତ ଗ୍ରନ୍ଥ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାକୁ ପଢି ନିଜକୁ ଶାନ୍ତ କରିବା ସହ ଆମ ପରିବାର ଲୋକଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଆଜି କଟକ SDJM କୋର୍ଟରେ ମାମଲାର ଶୁଣାଣି ପରେ ଅନୁଭବ ଏହି ଗ୍ରନ୍ଥ ଓକିଲଙ୍କ ହାତରେ ପଠାଇଛନ୍ତି।

ସୂଚନା ମୁତାବକ, ଆଜି ଦୁହିଁଙ୍କ ବିଚ୍ଛେଦ ମାମଲାରେ ଅନୁଭବ ମହାନ୍ତି କଟକ ପାରିବାରିକ ଅଦାଲତରେ ହାଜର ହୋଇ ସାକ୍ଷ ପ୍ରଦାନ କରିଥିଲେ। ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ। ଏହା ପରେ ସେ ଏହି ଗ୍ରନ୍ଥ ପଠାଇଥିଲେ। ଯାହା ଅଲୋଚନାର ବିଷୟ ହୋଇଛି।

ଅନ୍ୟପଟେ ଅନୁଭବଙ୍କ ଘର ଛାଡ଼ିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲାଜଜ୍‌ଙ୍କ ଅଦାଲତରେ ହୋଇଥିବା ବର୍ଷାଙ୍କ ଅନ୍ୟ ଏକ ଆବେଦନର ଶୁଣାଣି ଆଜି ହୋଇପାରିନାହିଁ।

ସୂଚନା ଯୋଗ୍ୟ ଯେ, ଅନୁଭବଙ୍କ ଘର ଛାଡ଼ି ବିକଳ୍ପ ରହଣି ବ୍ୟବସ୍ଥା କରିବାକୁ ବର୍ଷାଙ୍କୁ SDJM ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ରୋକ ଲଗାଇବା ନେଇ ଜିଲ୍ଲାଜଜ୍ କୋର୍ଟରେ ଆଜି ଶୁଣାଣି ପାଇଁ ଦିନ ଧର୍ଯ୍ୟ ହୋଇଥିଲା। ପୂର୍ବରୁ SDJMଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲାଜଜ ଅନ୍ତରିଣ ସ୍ଥଗିତଦେଶ ଜାରି କରିବା ସହ ପୁନର୍ବାର ଶୁଣାଣି ପାଇଁ ଆଜିକୁ ଦିନ ଧର୍ଯ୍ୟ କରିଥିଲେ।

ସେପଟେ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଜାରି କରିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଶୁଣାଣି ପାଇଁ ଆଜି ମଧ୍ୟ ଦିନ ଧର୍ଯ୍ୟ ଥିଲା। ପ୍ରାରମ୍ଭିକ ଶୁଣାଣିରେ ସାମାଜିକ ଗଣମାଧ୍ୟମରେ ପରସ୍ପର ବିରୋଧରେ ଟିପ୍ପଣୀ ନ ଦେବାକୁ ହାଇକୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣିକୁ ଆସନ୍ତା ୧୧ ତାରିଖରେ ଉପଯୁକ୍ତ ଖଣ୍ଡପୀଠରେ କରାଯିବ ବୋଲି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି।

Related story