ସାଂସଦ ଅନୁଭବଙ୍କ ବ୍ୟବହାରକୁ ନେଇ ସୋଶାଲ୍‌ ମିଡିଆରେ ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାର ଓଟିଭି ପ୍ରତିନିଧି ମନୋଜ କୁମାର ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷ କରି ସାଂସଦଙ୍କ ଔଦ୍ଧତ୍ୟ ଆଚରଣକୁ ନେଇ ସୋଶାଲ ମିଡିଆରେ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ସାମ୍ବାଦିକମାନେ ଉଭୟ ଫେସ୍‌ବୁକ୍‌ ଓ ଟ୍ୱିଟରରେ ନିଜ ପ୍ରତିକ୍ରୀୟା ରଖି ଅନୁଭବଙ୍କ ବ୍ୟବହାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଭିନ୍ନ ଭିନ୍ନ ଗଣମାଧ୍ୟମରେ କାମ କଲେ ମଧ୍ୟ ସାମ୍ବାଦିକମାନେ ଅନୁଭବଙ୍କ ବ୍ୟବହାରକୁ […]

czss

Tapas Behera
  • Published: Wednesday, 06 November 2019
  • , Updated: 06 November 2019, 06:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାର ଓଟିଭି ପ୍ରତିନିଧି ମନୋଜ କୁମାର ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷ କରି ସାଂସଦଙ୍କ ଔଦ୍ଧତ୍ୟ ଆଚରଣକୁ ନେଇ ସୋଶାଲ ମିଡିଆରେ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ସାମ୍ବାଦିକମାନେ ଉଭୟ ଫେସ୍‌ବୁକ୍‌ ଓ ଟ୍ୱିଟରରେ ନିଜ ପ୍ରତିକ୍ରୀୟା ରଖି ଅନୁଭବଙ୍କ ବ୍ୟବହାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଭିନ୍ନ ଭିନ୍ନ ଗଣମାଧ୍ୟମରେ କାମ କଲେ ମଧ୍ୟ ସାମ୍ବାଦିକମାନେ ଅନୁଭବଙ୍କ ବ୍ୟବହାରକୁ ନିନ୍ଦନୀୟ କହିବା ସହ ସେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ କଣ କହିଛନ୍ତି।

ବରିଷ୍ଟ ସାମ୍ବାଦିକ ସନ୍ଦୀପ ସାହୁ  ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ଏହା କୌଣସି ଗୋପନୀୟ ନୁହଁ ଯେ, ଭାରତରେ ପ୍ରାୟତଃ ଗଣମାଧ୍ୟମ ସଂସ୍ଥା ପଛରେ ରାଜନୈତିକ ଦଳ ଜଡ଼ିତ ରହିଛି। ଓଡ଼ିଶା ମଧ୍ୟ ଏହି ଧାରାରୁ ବାଦ ନୁହେଁ। ଅନେକ ସଂସ୍ଥାର ମାଲିକ କିମ୍ବା ସମ୍ପାଦକ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଲୋକ ପ୍ରତିନିଧି ହୋଇଛନ୍ତି। ହେଲେ ଜଣେ ଲୋକ ପ୍ରତିନିଧିଭାବେ ଜଣେ ସମ୍ବାଦିକଙ୍କୁ ସର୍ବସାଧାରଣରେ ଅପାମାନିତ କରିବାର ଅଧିକାର ତାଙ୍କୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।  ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଟାଣି ଯେଉଁଭଳି ଭାବେ ସେ ଭିଡ଼ାଓଟରା କଲେ ତାହା ଅତ୍ୟନ୍ତ ଅସଭ୍ୟ ଓ ଅଶୋଭନୀୟ।

ସାମ୍ବାଦିକ ସାଗର ଶତପଥି ଲେଖିଛନ୍ତି ଯେ, ଅନୁଭବଙ୍କ ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ସେ ଏଥିପାଇଁ କ୍ଷମା ମାଗିବା ଉଚିତ।  ଅନୁଭବଙ୍କ ଆଚରଣ ଅଶୋଭନୀୟ ବୋଲି ଦର୍ଶାଇଛନ୍ତି। ସେହିପରି ସାମ୍ବାଦିକ ହରିହର ଚାନ୍ଦ ଲେଖିଛନ୍ତି ଯେ, ଅନୁଭବ ମହାନ୍ତି ଓଟିଭର ସାମ୍ବାଦିକକୁ ଖରାପ ବ୍ୟବହାର ଦେଖାଇବାକୁ ଆମେ ନିନ୍ଦା କରୁଛୁ। ରାଜନୀତିରେ ସ୍ଥିତି ନ ଥାଇ ନବୀନଙ୍କ ଦୟାରେ ଜିତିବାର ଏହା ଗର୍ବ, ଅହଙ୍କାର ମାତ୍ର। ନିଜେ ସରଳ ରହି ସାଂସଦ , ବିଧାୟକମାନଙ୍କୁ ସରଳତାର ପାଠ ପଢାଉଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ଏହା ଉପହାସ।

ସାମ୍ବାଦିକ ସୋମନାଥ ପରିଡ଼ା ଲେଖିଛନ୍ତି ଯେ, ଅହଙ୍କାର କେବେବି ମଣିଷକୁ ଶୀର୍ଷକୁ ନିଏ ନାହିଁ। ବରଂ ତଳି ତଳାନ୍ତ କରେ। ସାଂସଦ ଅନୁଭବ ମହାନ୍ତିଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ। ଓଟିଭି ସାମ୍ବାଦିକଙ୍କୁ ଅସମ୍ମାନିତ କରିବା କେତେ ଗ୍ରହଣୀୟ ତାହା ସମୟ ଜବାବ୍ ଦେବ।

ସାମ୍ବାଦିକ ସୁନିଲ କୁମାର ଦାଶ ଲେଖିଛନ୍ତି ଯେ,ସାଂସଦ ଅନୁଭବ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।

ସାମ୍ବାଦିକ ରାମଚଣ୍ଡି ପ୍ରସାଦ ରଣସିଂହ ଲେଖିଛନ୍ତି ଯେ, ‘ଓଟିଭି’ ସାମ୍ବାଦିକଙ୍କୁ ଅନୁଭବଙ୍କ ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ।ଏନେଇ ସାଂସଦ ଅନୁଭବ ମହାନ୍ତି କ୍ଷମା ମାଗିବା ଦରକାର।

 

Related story