ଅନୁଗୋଳ: ବିଚାରାଧୀନ କଏଦୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜେଲରେ ଥିବା ବିଚାରାଧୀନ ଜଣେ କଏଦୀର ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ବନ୍ତଳା ଥାନା ମଧୁପୁର ଗାଁର ଶ୍ରବଣ କୁମାର। ୨୦୧୪ରେ ମଧୁପୁର ଗାଁର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗ ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ।

 ଜେଲ୍‌ରେ ଥିବା ବେଳେ ଦୀର୍ଘ ଦିନ ଧରି  ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ଚିକିତ୍ସା ପାଇଁ ରବିବାର ରାତିରେ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।