ଅନୁଗୋଳ: ଝାଡ଼ୁ ନକରିବାରୁ ୬ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ

ଅନୁଗୋଳ: ଝାଡୁ ନକରିବା ଯୋଗୁ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କୁଇଓ ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ଦାସ କହିଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରାର୍ଥନା ସରିବା ପରେ ଶିକ୍ଷୟିତ୍ରୀ ସୌଭାଗିନୀ ମାଝି ୫ମ ଶ୍ରେଣୀର ଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଝାଡ଼ୁ କରିବାକୁ କହିଥିଲେ। ତେବେ ଛାତ୍ରୀମାନେ ଏଥିରେ ରାଜି ହୋଇନଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜଣଙ୍କ […]

ahatachhatree

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 12:45 PM IST

ଅନୁଗୋଳ: ଝାଡୁ ନକରିବା ଯୋଗୁ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କୁଇଓ ପ୍ରାଥମିକ ବିଦ୍ୟାଳୟରେ ୬ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ଦାସ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ପ୍ରାର୍ଥନା ସରିବା ପରେ ଶିକ୍ଷୟିତ୍ରୀ ସୌଭାଗିନୀ ମାଝି ୫ମ ଶ୍ରେଣୀର ଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଝାଡ଼ୁ କରିବାକୁ କହିଥିଲେ। ତେବେ ଛାତ୍ରୀମାନେ ଏଥିରେ ରାଜି ହୋଇନଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜଣଙ୍କ ଉତକ୍ଷିପ୍ତ ହୋଇ ୬ ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଆହତ ଛାତ୍ରୀମାନେ ହେଲେ କୌଶିଙ୍ଗା ବେହେରା, ଶକ୍ତି ସ୍ୱରୂପା ବେହେରା, ରିମଝିମ୍ ସାହୁ, ବର୍ଷା ନାଏକ, ଅନୀତା ଗଡ଼ନାୟକ ଓ ଦିପ୍ତୀମୟୀ ପ୍ରଧାନ। ଘଟଣା ସଂପର୍କରେ ଏହି ଛାତ୍ରୀମାନଙ୍କ ପରିବାର ଲୋକେ ଜାଣିବା ପରେ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆହତ ଛାତ୍ରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଉପ-ଜିଲ୍ଲାପାଳ ସେମାନଙ୍କୁ ଭେଟିଥିଲେ ଓ ତଦନ୍ତ ପରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାଡ଼ ମାରିଥିବା ଶିକ୍ଷୟିତ୍ରୀ ସୌଭାଗିନୀ ମାଝି କହିଛନ୍ତି ଯେ ଛାତ୍ରୀମାନଙ୍କୁ ସୁଧାରିବା ପାଇଁ ମାଡ଼ ମାରିଥିଲେ। ସେହିପରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କଲ୍ୟାଣୀ କର କହିଛନ୍ତି ଯେ ଘଟଣା ସଂପର୍କରେ ସେ ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇବେ।

Related story