ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ନୂଆ DCP ଭାବେ ଆଜି ଅନୁପ ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଦ୍ରକ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ସତ୍ୟବ୍ରତ ଭୋଇଙ୍କ ପଦନ୍ନୋତି ପରେ ଅନୁପ ସାହୁଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ଦିଆଯାଇଥିଲା।

ଦାୟିତ୍ୱ ଗ୍ରହଣ ପରେ ଅନୁପ ସାହୁ  କହିଛନ୍ତି,“ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ଓ ଭିଭିଆଇପି ସୁରକ୍ଷା ବଡ଼ ଚ୍ୟାଲେଞ୍ଜ୍ ହେବ। ଏହାସହ ସାଇବର ଅପରାଧ ନିୟନ୍ତ୍ରଣ ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।