ଆଜି ପଦ୍ମ ଧରିବେ ଅପରାଜିତା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ଯୋଗ ଦେବେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି।</p> <p>ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଆସିବା ସହ କଂଗ୍ରେସରେ ଯୋଗ ଦେଇଥିଲେ ଅପରାଜିତା। ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ଲଢ଼ି ପରାଜୟ ହୋଇଥିଲେ। ସେ ବିଜେପିରେ ଯୋଗ ଦେଉଥିବା ଦଳର ମୁଖପାତ୍ର ସୂଚନା ଦେଇଥିଲେ। ଅପରାଜିତାଙ୍କ ପୂର୍ବରୁ&nbsp;&nbsp;ମହାଶ୍ୱେତା&nbsp; ରାୟ, ମିହିର ଦାସ ଓ ଅନୁ ଚୌଧୁରୀ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।</p>

Ordigital Desk
  • Published: Monday, 19 February 2018
  • Updated: 19 February 2018, 07:49 AM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ଯୋଗ ଦେବେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି।</p><p>ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଆସିବା ସହ କଂଗ୍ରେସରେ ଯୋଗ ଦେଇଥିଲେ ଅପରାଜିତା। ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ଲଢ଼ି ପରାଜୟ ହୋଇଥିଲେ। ସେ ବିଜେପିରେ ଯୋଗ ଦେଉଥିବା ଦଳର ମୁଖପାତ୍ର ସୂଚନା ଦେଇଥିଲେ। ଅପରାଜିତାଙ୍କ ପୂର୍ବରୁ&nbsp;&nbsp;ମହାଶ୍ୱେତା&nbsp; ରାୟ, ମିହିର ଦାସ ଓ ଅନୁ ଚୌଧୁରୀ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos