ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲିକୁ ନେଇ ରିଏଲର ସଜ୍ଞା ବୁଝାଇଲେ ଅପରାଜିତା

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ପାଇ ପ୍ରଚାର କରିଛନ୍ତି।  ସେ କହିଛନ୍ତି ଯେ, ବିଜେପିର ମୁଦ୍ଦା ହେଉଛି ବିକାଶ ମୁଦ୍ଦା।  ତିର୍ତ୍ତୋଲରେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ପାରୁ ନାହାନ୍ତି। ଏଠିକାର ହଂସୁଆ ନଦୀରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବନ୍ୟାରେ ଚାଷ କ୍ଷୟକ୍ଷତି ହେଉଛି। ଏସବୁ ସମାଧାନ ନେଇ ବିଜେପି ଏଠି ଲଢ଼ୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା […]

7bcx

Tapas Behera
  • Published: Thursday, 29 October 2020
  • , Updated: 29 October 2020, 06:15 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ପାଇ ପ୍ରଚାର କରିଛନ୍ତି।  ସେ କହିଛନ୍ତି ଯେ, ବିଜେପିର ମୁଦ୍ଦା ହେଉଛି ବିକାଶ ମୁଦ୍ଦା।  ତିର୍ତ୍ତୋଲରେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ପାରୁ ନାହାନ୍ତି। ଏଠିକାର ହଂସୁଆ ନଦୀରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବନ୍ୟାରେ ଚାଷ କ୍ଷୟକ୍ଷତି ହେଉଛି। ଏସବୁ ସମାଧାନ ନେଇ ବିଜେପି ଏଠି ଲଢ଼ୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ସେ କହିଛନ୍ତି ଯେ, ଭର୍ଚୁଆଲ ରାଲି ଏକ ହାସ୍ୟାସ୍ପଦ କଥା । ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଆସି କମ୍ପ୍ୟୁଟର କିମ୍ବା ମୋବାଇଲ ମାଧ୍ୟମରେ କଥା ହେବେ। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପାଖରେ ଠିଆ ହେବା କଥା। ଲୋକମାନଙ୍କ ଭାଷ।ରେ କଥା ହେବା ଦରକାର। ଭର୍ଚୁଆଲ ରାଲି କଣ ରିଏଲ ହୋଇ ଦେଖାନ୍ତୁ ବୋଲି ଅପରାଜିତା କହିଛନ୍ତି।

Related story