ଏପ୍ରିଲରୁ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଏପ୍ରିଲ ମାସରୁ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୱଲାଲୁମ୍ପୁର କିମ୍ବା ସିଙ୍ଗାପୁରକୁ ଏହି ବିମାନ ସେବା ଆରମ୍ଭ ହୋଇପାରେ। ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ସିଲକ୍‌ ଏୟାରୱେଜ୍‌ ଓ ଏୟାର ଏସିଆ ସହ ଆଲୋଚନା କରିଛନ୍ତି। ତେବେ ବର୍ତ୍ତମାନ ଉଡ଼ାଣର ଦିନ ଧାର୍ଯ୍ୟ ହୋଇ ନ ଥିବାରୁ ଏ ନେଇ କିଛି ଘୋଷଣା କରାଯାଇନାହିଁ। ସପ୍ତାହକୁ ୩ ଦିନ କିମ୍ବା […]

bbsr-ariport

Rakesh Mallick
  • Published: Sunday, 27 March 2016
  • , Updated: 28 March 2016, 03:07 AM IST

ଭୁବନେଶ୍ୱର: ଏପ୍ରିଲ ମାସରୁ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୱଲାଲୁମ୍ପୁର କିମ୍ବା ସିଙ୍ଗାପୁରକୁ ଏହି ବିମାନ ସେବା ଆରମ୍ଭ ହୋଇପାରେ। ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ସିଲକ୍‌ ଏୟାରୱେଜ୍‌ ଓ ଏୟାର ଏସିଆ ସହ ଆଲୋଚନା କରିଛନ୍ତି। ତେବେ ବର୍ତ୍ତମାନ ଉଡ଼ାଣର ଦିନ ଧାର୍ଯ୍ୟ ହୋଇ ନ ଥିବାରୁ ଏ ନେଇ କିଛି ଘୋଷଣା କରାଯାଇନାହିଁ। ସପ୍ତାହକୁ ୩ ଦିନ କିମ୍ବା ୪ ଦିନ ଏହି ବିମାନ ଚଳାଚଳ କରିବ। ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ପ୍ରତିଦିନ କରିବା ପାଇଁ ଯୋଜନା କରାଯିବ।

ସେହିପରି ଇଣ୍ଡିଗୋ ଭୁବନେଶ୍ୱରରୁ ଆଉ ୪ଟି ନୂଆ ବିମାନ ଉଡାଣ ଲାଗି ଯୋଜନା କରୁଛି। ସମର ସିଡ୍ୟୁଲ୍ ଅନୁଯାୟୀ ଇଣ୍ଡିଗୋର ଏହି ୪ଟି ବିମାନ ନୂଆଦିଲ୍ଲୀ ଓ ମୁମ୍ବାଇ ପ୍ରଭୃତି ସ୍ଥାନକୁ ଉଡ଼ିବ।

ଅନ୍ୟପକ୍ଷରେ ଗୋ-ଏୟାର କର୍ତ୍ତୃପକ୍ଷ ଆଜିଠାରୁ ଭୁବନେଶ୍ୱରରୁ ଯାତାୟତ କରୁଥିବା ୨ଟି ବିମାନକୁ ରଦ୍ଦ କରି ଦେଇଛନ୍ତି। କେତେଦିନ ପାଇଁ ଏହି ବିମାନ ଦୁଇଟିର ଉଡାଣ ବନ୍ଦ କରାଯାଇଛି ଓ ଏହା ପୁଣି ଆରମ୍ଭ ହେବ କି ନାହିଁ, ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Related story