୨ହଜାର କୋଟି ନିବେଶ କରିବ ଆର୍ସେଲର ମିତ୍ତଲ ଗ୍ରୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆର୍ସେଲର ମିତ୍ତଲ ଗ୍ରୁପ୍ ଆଗ୍ରହ ଦେଖାଇଛି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନାବେଳେ ମିତ୍ତଲ ଗ୍ରୁପ୍ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ନିବେଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଆଲୋଚନାବେଳେ ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବା ନିମନ୍ତେ ଶ୍ରୀ ମିତ୍ତଲଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ […]

tiop

tiop

Tapas Behera
  • Published: Saturday, 13 June 2020
  • Updated: 14 June 2020, 08:25 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆର୍ସେଲର ମିତ୍ତଲ ଗ୍ରୁପ୍ ଆଗ୍ରହ ଦେଖାଇଛି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନାବେଳେ ମିତ୍ତଲ ଗ୍ରୁପ୍ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ନିବେଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି।

ଆଲୋଚନାବେଳେ ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବା ନିମନ୍ତେ ଶ୍ରୀ ମିତ୍ତଲଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବାସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ। ଏ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି କୋଭିଡ-୧୯ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ମିତ୍ତଲ ପ୍ରଶଂସା କରିଥିଲେ। ଏହି ଅବସରରେ ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମରେ ନିଆଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍ ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା ତାହା ବିଶ୍ୱସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ମିତ୍ତଲ କହିଥିଲେ।

ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୫୦ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପ ଏସଆର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି। ଏହାଦ୍ୱାରା ଭାରତରେ ୭ ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ହୋଇପାରିଛି, ଯାହାକି ଭାରତରେ ଅନ୍ୟତମ ବୃତ୍ତମ ବିଦେଶୀ ପୁଞ୍ଜିନିବେଶ। ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ ଦ୍ୱାରା ପରିଚାଳିତ ପେଲେଟ୍ ପ୍ଲାଂଟର କ୍ଷମତା ୧୨ନିୟୁତ୍ ମେଟ୍ରିକ ଟନକୁ ବୃଦ୍ଧି କରିବାକୁ ସ୍ଥିର କରିଥିବାବେଳେ ଡାବୁନାର ବେନିଫିକେସନ୍ ପ୍ଳାଂଟକୁ ୧୬ନିୟୁତ ମେଟ୍ରିକ ଟନକୁ ସମ୍ପ୍ରସାରିତ କରିବ। ଏହି ପ୍ରକଳ୍ପଗୁଡ଼ିକ ବାବଦରେ ପ୍ରଥମ ପର୍ଯ୍ୟାୟରେ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ୍ ଓଡ଼ିଶାରେ ୨ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story