ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ବାପା, ଜଙ୍ଗଲ ଜମିରେ ତିଆରି କରିଛନ୍ତି ଦୁଇ ମହଲା କୋଠା!

ଭବାନୀପାଟଣା(ରାଜକୁମାର ସିଂଦେଓ): ଝିଅ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ର। ରାଜଧାନୀରେ ଖୋଲିଥିଲେ ରଙ୍ଗଶାଳା! ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା। ସେପଟେ ବାପା ମଧ୍ୟ କମ୍‌ ନୁହେଁ। ଡଙ୍ଗର ଜଙ୍ଗଲ ଜମିରେ ଟେଲ୍‌ରିଂ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ତଡ଼ି ଦେଇଛନ୍ତି। ଆଉ ସେଠାରେ ନିଜ ଶାଶୁଙ୍କ ସହ ମିଶି ଦୁଇ ମହଲା ଚକାଚକ୍‌ କୋଠା ତିଆରି କରିଥିବା ଅଭିଯୋଗ ହୋଇଛି। ଝିଅ ପରେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଛି ବାପାଙ୍କ କଳା କାରନାମା। ବୁଢ଼ାଡଙ୍ଗର […]

Archana-Nag

  • Published: Wednesday, 19 October 2022
  • , Updated: 19 October 2022, 10:01 PM IST

ଭବାନୀପାଟଣା(ରାଜକୁମାର ସିଂଦେଓ): ଝିଅ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ର। ରାଜଧାନୀରେ ଖୋଲିଥିଲେ ରଙ୍ଗଶାଳା! ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା। ସେପଟେ ବାପା ମଧ୍ୟ କମ୍‌ ନୁହେଁ। ଡଙ୍ଗର ଜଙ୍ଗଲ ଜମିରେ ଟେଲ୍‌ରିଂ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ତଡ଼ି ଦେଇଛନ୍ତି। ଆଉ ସେଠାରେ ନିଜ ଶାଶୁଙ୍କ ସହ ମିଶି ଦୁଇ ମହଲା ଚକାଚକ୍‌ କୋଠା ତିଆରି କରିଥିବା ଅଭିଯୋଗ ହୋଇଛି। ଝିଅ ପରେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଛି ବାପାଙ୍କ କଳା କାରନାମା।

ବୁଢ଼ାଡଙ୍ଗର ପାହାଡ଼ ପାଦ ଦେଶରେ ରହିଛି କେସିଙ୍ଗା ଟାଉନ୍‌। ଆଉ ସେଠାରେ ଥିବା ଜଙ୍ଗଲ ଜମିରେ ଗୋଟିଏ ଖପର ଘର ତିଆରି କରି ଟେଲରିଂ ଦୋକାନ କରିଥିଲେ ହୃଷିକେଶ ମହଲା। ସେଥିରେ ଚଳୁଥିଲା ତାଙ୍କ ତେଲ ଲୁଣର ସଂସାର। ତାଙ୍କ ଦୋକାନ ପାଖରେ ରାଜଧାନୀର ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ଅଜା ଓ ଆଇ ଘର କରି ରହୁଥିଲେ। ତେବେ ୨୦୧୯ ମସିହାରେ ହୃଷିକେଶଙ୍କ ଦୋକାନକୁ ହାତେଇବା ପାଇଁ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ଉଦ୍ୟମ କରିଥିଲେ। ଘର ଛାଡ଼ିବା ପାଇଁ ଚାପ ପକାଇଲେ। ହୃଷିକେଶଙ୍କୁ ନାନା ହଇରାଣ ହରକତ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଘରେ ତାଲା ପକାଇ ଦିଆଯାଇଥିବା ହୃଷିକେଶ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ହୃଷିକେଶ ସେତେବେଳେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ ପୁଲିସ୍‌ ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ନିରାଶ ହୋଇଥିଲେ ହୃଷିକେଶ। ବାଧ୍ୟ ଘର ଛାଡ଼ିଥିଲେ।

ହୃଷିକେଶଙ୍କଠାରୁ ଘର ଛଡ଼ାଇ ନେଇ ସୁରେନ୍ଦ୍ର ନାଗ ସେଠାରେ ତିଆରି କରିଥିଲେ ଚକାଚକ ଦୁଇ ମହଲା ଘର। ସେହି ଘର ଏବେ କେସିଙ୍ଗା ବଜାରରେ ଶୋଭା ବର୍ଦ୍ଧନ କରୁଛି। ମିଳିଥିବା ସୂଚନା ଅନୁସାରେ ସେହି ଘରଟି କୁଆଡ଼େ ବେଆଇନ୍‌ ଭାବେ ଡଙ୍ଗର ଜଙ୍ଗଲ ଜମିରେ ତିଆରି ହୋଇଛି। ଘରର କାଗଜପତ୍ର କିଛି ନାହିଁ। କେସିଙ୍ଗା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟଳୟ ବା କେସିଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ପାଖରେ ମଧ୍ୟ କୌଣସି କାଗଜାତପତ୍ର ନାହିଁ। ଜବର ଦଖଲ ଭାବେ ଅନେକ ପରିବାର ଏହି ବୁଢ଼ା ଡଙ୍ଗର ପାହାଡ଼ର ପାଦଦେଶରେ ରହୁଛନ୍ତି।

Related story