ସମୁଦ୍ରକୂଳ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ତ?

ଭୁବନେଶ୍ୱର: ବାତ୍ୟା ଫୋନି ଯେତିକି କରାଳ ରୂପ ନେବାର ଆଶଙ୍କା କରାଯାଉଛି ତାକୁ ନେଇ ତଥାକଥିତ ସୁରକ୍ଷିତ ସ୍ଥାନରେ ମଧ୍ୟ ନାହିଁ ନଥିବା ଭୟ। ଆଉ ସମୁଦ୍ରକୂଳରେ ଥିବା ଲୋକେ କେତେ ମାତ୍ରାରେ ଭୟଭୀତ ଥିବେ ତାହା ସହଜରେ ଅନୁମେୟ। ପୂର୍ବରୁ ଅନେକ ବାତ୍ୟା ଦେଖିଥିବା ଏବଂ ସମୁଦ୍ରର ଭୟାବହତାକୁ ଅଙ୍ଗେ ନିଭାଇଥିବା ଉପକୂଳ ଅଞ୍ଚଳର ଲୋକଙ୍କ ପାଇଁ କେଉଁଠି ସ୍ଥାନାନ୍ତର ତ କେଉଁଠି ଘନ ଘନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପ୍ରଶ୍ନ ଉଠୁଛି ବିପଦ […]

kunduli

Subrat Kumar Nayak
  • Published: Thursday, 02 May 2019
  • , Updated: 02 May 2019, 09:26 PM IST

ଭୁବନେଶ୍ୱର: ବାତ୍ୟା ଫୋନି ଯେତିକି କରାଳ ରୂପ ନେବାର ଆଶଙ୍କା କରାଯାଉଛି ତାକୁ ନେଇ ତଥାକଥିତ ସୁରକ୍ଷିତ ସ୍ଥାନରେ ମଧ୍ୟ ନାହିଁ ନଥିବା ଭୟ। ଆଉ ସମୁଦ୍ରକୂଳରେ ଥିବା ଲୋକେ କେତେ ମାତ୍ରାରେ ଭୟଭୀତ ଥିବେ ତାହା ସହଜରେ ଅନୁମେୟ। ପୂର୍ବରୁ ଅନେକ ବାତ୍ୟା ଦେଖିଥିବା ଏବଂ ସମୁଦ୍ରର ଭୟାବହତାକୁ ଅଙ୍ଗେ ନିଭାଇଥିବା ଉପକୂଳ ଅଞ୍ଚଳର ଲୋକଙ୍କ ପାଇଁ କେଉଁଠି ସ୍ଥାନାନ୍ତର ତ କେଉଁଠି ଘନ ଘନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପ୍ରଶ୍ନ ଉଠୁଛି ବିପଦ ସମୟରେ ସୁରକ୍ଷା ଦେବାକୁ ଥିବା ବାତ୍ୟା ଆଶ୍ରୟସ୍ଥଳୀ ସୁରକ୍ଷିତ ତ?
https://www.facebook.com/OdishaReporter/videos/482130552326852/

ହାଣ୍ଡି ଭିତରୁ ଗୋଟିଏ ଭାତ ଚିପିବା ପରି ଆମେ ସମୁଦ୍ରକୁଳରେ ନିର୍ମିତ ଏମିତି ଅନେକ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଭିତରୁ ବାଛିଥିଲୁ ସମୁଦ୍ରକୂଳଠାରୁ ମାତ୍ର ୧୦ କିଲୋମିଟର ଦୂର ବାଲେଶ୍ୱର ଜିଲ୍ଲା କୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଣ୍ଡଳୀ ଗାଁର ବାତ୍ୟା ଆଶ୍ରୟସ୍ଥଳୀ । ୨ ମେ ୨୦୧୫ ମସିହାରେ ଅର୍ଥାତ ଆଜକୁ ୪ ବର୍ଷ ତଳେ ଉଦ୍‌ଘାଟିତ ହୋଇଥିଲା ଏହି ଆଶ୍ରୟସ୍ଥଳୀ। ଆମେ ଖବର ନେବା ବେଳକୁ ଖୋଲାହୋଇନଥିଲା ତାଲା। ପ୍ରଶାସନର ତ ଦେଖାନଥିଲା, ସ୍ଥାନୀୟ ଲୋକ ଏହାର ତାଲା ଖୋଲିବା ପାଇଁ ପ୍ରୟାସ ଚଲାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଉଙ୍କି ମାରୁଥିଲା ଗୋଟିଏ ପ୍ରଶ୍ନ। ଗାଁ ଲୋକେ ଭୂତକୋଠି ପାଲଟିଥିବା ଏହି ଆଶ୍ରୟସ୍ଥଳୀକୁ ଆସିବାପାଇଁ ରାଜି ହେବେ ତ?

ଆଜ୍ଞା ହଁ, ସେମାନଙ୍କ ବୟାନ ଅନୁଯାୟୀ ସେଠାକାର ସ୍ଥିତି କିଛି ଏମିତି। ଏହାର ନିର୍ମାଣ ଅତି ନିମ୍ନ ମାନର ହୋଇଥିବାରୁ ଛାତରୁ ପାଣି ଝରି ଘର ଭିତରେ ଜମା ହେଉଛି। ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ମୋଟର ପମ୍ପ କେବେଠାରୁ ଚୋରି ହୋଇଯାଇଥିବାବେଳେ ନୂତନ ପମ୍ପସେଟ୍‌ ଏଯାଏ ମିଳିନି। ଏପରିକି ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଆଜି ପାଇଁ ଜେନେରେଟର ଅଣାଯିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

କବାଟ ଝରକାର ଅବସ୍ଥା ମଧ୍ୟ ସେହିଭଳି। ଏସବୁ ଭାଙ୍ଗିରୁଜି ଯାଇଥିବାରୁ କାଲୁଆ ପବନର ଅବାଧ ପ୍ରବେଶ ରହୁଛି। ସେହିଭଳି ଶୌଚାଳୟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଥବାରୁ ମହିଳାମାନେ କିଭଳି ଭାବରେ ଏଠାକୁ ଆସିବାକୁ ରାଜି ହେବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରତିବର୍ଷ ମେ ୧୯ ତାରିଖରେ ପ୍ରଶାସନ ପକ୍ଷରୁ ମକ୍‌ ଡ୍ରିଲ୍‌ ହେଉଥିଲେ ହେଁ, ଅଭିଯୋଗ କେବଳ ଅଭିଯୋଗ ସ୍ଥାନରେ ଅଛି। ସେହି ସମାନ ପଞ୍ଚାୟତର ମହାପଦା ଏବଂ ଶଙ୍ଖୁଆଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ମଧ୍ୟ ସମାନ ଥିବା ସେମାନେ ଜଣାଇଛନ୍ତି। ମାତ୍ର ୪ ବର୍ଷର ଆଶ୍ରୟସ୍ଥଳୀ ଯଦି ଏମିତି ଅନ୍ୟ ଆଶ୍ରସ୍ଥଳୀର ସ୍ଥିତି କ’ଣ ତାକୁ ନେଇ ପ୍ରଶ୍ନ ଉଠୁଛି।

Related story