ବିଜେପୁର ଭୋଟ: ଦିନ ଗୋଟାଏ ସୁଦ୍ଧା ୩୭ ପ୍ରତିଶତ ମତଦାନ

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମତଦାତାମାନେ ଶାନ୍ତିଶୃଙ୍ଖଳାର ସହ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦିନ ଗୋଟାଏ ସୁଦ୍ଧା ୩୭.୧୦% ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦିନ୧୧ଟା ସୁଦ୍ଧା ୨୫.୭% ମତଦାନ ହୋଇଥିଲା। ବିଜେପୁର ଉପନିର୍ବାଚନ ଲାଗି ମୋଟ ୨୮୫ଟି […]

vote99000

Tapaswini Nayak
  • Published: Monday, 21 October 2019
  • , Updated: 21 October 2019, 01:44 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମତଦାତାମାନେ ଶାନ୍ତିଶୃଙ୍ଖଳାର ସହ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦିନ ଗୋଟାଏ ସୁଦ୍ଧା ୩୭.୧୦% ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦିନ୧୧ଟା ସୁଦ୍ଧା ୨୫.୭% ମତଦାନ ହୋଇଥିଲା।

ବିଜେପୁର ଉପନିର୍ବାଚନ ଲାଗି ମୋଟ ୨୮୫ଟି ବୁଥ କରାଯାଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର। ବିଜେପୁରରେ  ମୁଖ୍ୟତଃ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଏହି ଲଢେଇ ହେଉଛି। ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଭୋଟ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଗାଇସିଲଟ ବ୍ଲକର ୬ଟି ବୁଥ୍ ନକ୍ସଲ ପ୍ରବଣ ହୋଇଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ନିୟୋଜିତ ହୋଇଛନ୍ତି । ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି। ଏହାସହ ଦିବ୍ୟାଙ୍ଗମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related story