ଯାତ୍ରା ପରେ ଏବେ ରାସ୍ତାକୁ ଓହ୍ଲାଇଲେ ନାଟ୍ୟ କଳାକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଯାତ୍ରାକଳାକାରଙ୍କ ପରେ ଏବେ ରାସ୍ତାକୁ ଓହ୍ଲାଇଲେ ନାଟ୍ୟକଳାକାର। କରୋନା ଯୋଗୁ ସେମାନଙ୍କ ଦାନାପାଣି ବନ୍ଦ ହୋଇ ଯାଇ ଥିବା ବେଳେ ପ୍ରେକ୍ଷାଳୟ ଖୋଲିବା ପାଇଁ ଦାବି ହୋଇଛି। ଏନେଇ ରାଜ୍ୟର ୧୪୭ଟି ନାଟ୍ୟଦଳର କର୍ମକର୍ତ୍ତା ଆଜି ରାଜଧାନୀର ରବୀନ୍ଦ୍ରମଣ୍ଡପ ସମ୍ମୁଖରେ ନୀରବ ଆନ୍ଦୋଳନ କରିଥିଲେ। କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ରାଜ୍ୟ ସରକାର କାହିଁକି କଳା ଏବଂ କଳାକାରଙ୍କ ପ୍ରତି ଆଖିବୁଜି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ନାଟ୍ୟ ସଂଘ  […]

7bv

Tapas Behera
  • Published: Sunday, 15 November 2020
  • , Updated: 15 November 2020, 07:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଯାତ୍ରାକଳାକାରଙ୍କ ପରେ ଏବେ ରାସ୍ତାକୁ ଓହ୍ଲାଇଲେ ନାଟ୍ୟକଳାକାର। କରୋନା ଯୋଗୁ ସେମାନଙ୍କ ଦାନାପାଣି ବନ୍ଦ ହୋଇ ଯାଇ ଥିବା ବେଳେ ପ୍ରେକ୍ଷାଳୟ ଖୋଲିବା ପାଇଁ ଦାବି ହୋଇଛି। ଏନେଇ ରାଜ୍ୟର ୧୪୭ଟି ନାଟ୍ୟଦଳର କର୍ମକର୍ତ୍ତା ଆଜି ରାଜଧାନୀର ରବୀନ୍ଦ୍ରମଣ୍ଡପ ସମ୍ମୁଖରେ ନୀରବ ଆନ୍ଦୋଳନ କରିଥିଲେ।

କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ରାଜ୍ୟ ସରକାର କାହିଁକି କଳା ଏବଂ କଳାକାରଙ୍କ ପ୍ରତି ଆଖିବୁଜି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ନାଟ୍ୟ ସଂଘ  । ଏ ସମ୍ପର୍କରେ ପୂର୍ବରୁ ବହୁବାର ସରକାରଙ୍କ  ଦୃଷ୍ଟି ଆକର୍ଷଣ  କରାଯାଇଛି। ହେଲେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ତୁରନ୍ତ ରାଜ୍ୟ ସରକାର ସମସ୍ତ ମଞ୍ଚ ଖୋଲିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଘ ଦାବି କରିଛି ।

Related story