ସଂଘ ପରିବାରର ‘ମିଶନ ଓଡ଼ିଶା’ ବ୍ଲୁ-ପ୍ରିଣ୍ଟ୍ , ଦ୍ୱନ୍ଦ୍ୱରେ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ଦଶନ୍ଧିର ‘ସମଦୂରତ୍ୱ’ ଆଭିମୁଖ୍ୟରୁ ଓହରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ନିକଟତର ହେବା ପାଇଁ ‘ଉପରେ ପଡ଼ି ପ୍ରେମ କରିବା’ ରଣନୀତି ଏବେ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ବିଜେପିର ବ୍ରେନ୍ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ୍ ) ନିଜର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ(ଏବିକେଏମ) ନିମନ୍ତେ ଓଡ଼ିଶାକୁ ବାଛିବାପରେ ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜନୀତିକ […]

mohan-bhagabat

mohan-bhagabat

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 10:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଏକ ଦଶନ୍ଧିର ‘ସମଦୂରତ୍ୱ’ ଆଭିମୁଖ୍ୟରୁ ଓହରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ନିକଟତର ହେବା ପାଇଁ ‘ଉପରେ ପଡ଼ି ପ୍ରେମ କରିବା’ ରଣନୀତି ଏବେ ରାଜ୍ୟରେ କ୍ଷମତାସୀନ ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ବିଜେପିର ବ୍ରେନ୍ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ୍ ) ନିଜର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ(ଏବିକେଏମ) ନିମନ୍ତେ ଓଡ଼ିଶାକୁ ବାଛିବାପରେ ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ୨୦୦୯ରେ ବିଜେପି ସହ ମେଣ୍ଟ ସମ୍ପର୍କ ଛିନ୍ନ କରିବା ପରଠୁ ବିଜେଡି ଗତ ୧୦ବର୍ଷ ଧରି ‘ସମଦୂରତ୍ୱ’ର ସୁବିଧାବାଦୀ ଆଭିମୁଖ୍ୟ ଆପଣାଇ ଉଭୟ କଂଗ୍ରେସ ଓ ବିଜେପିଠୁ ଦୂରେଇ ରହିଥିଲା। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପ୍ରଚାରବେଳେ ସମଦୂରତ୍ୱ ଆଭିମୁଖ୍ୟ ପରିବର୍ତ୍ତେ ‘ଓଡ଼ିଶା ସ୍ୱାର୍ଥ’ ପାଇଁ ଯେକୌଣସି ଦଳକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବ ବୋଲି କହି ବିଜେଡି ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏପରିକି କେନ୍ଦ୍ରରେ କୌଣସି ଦଳକୁ ସରକାର ଗଢ଼ିବାକୁ ବହୁମତ ମିଳିବ ନାହିଁ ବୋଲି ଆକଳନ କରି ବିଜେଡି ସବୁପ୍ରକାରର ମୂଲଚାଲ୍ ପାଇଁ ବିକଳ୍ପ ଖୋଲା ରଖିଥିଲା। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପୂର୍ବ ତୁଳନାରେ ଅଧିକ ସିଟ୍ ମିଳିବାପରେ ବିଜେଡିର ଅଙ୍କ ଭୁଲ ହୋଇଯାଇଥିଲା। ଆଉ ନିଜ ସରକାରର ଅପକୀର୍ତ୍ତି(ବିଭିନ୍ନ ଦୁର୍ନୀତିର ସିବିଆଇ ତଦନ୍ତ)ରୁ ନିଜକୁ ସୁରକ୍ଷିତ ରଖିବା ଓ କେନ୍ଦ୍ରରେ ମୋଦି ଓ ଅମିତ୍ ଶାହଙ୍କ ସଫଳ ଯୋଡ଼ିର ରଣନୀତିରେ ଭୟଭୀତ ହୋଇ ବିଜେଡି ଉପରେ ପଡ଼ି କେନ୍ଦ୍ର ସରକାରକୁ ସମର୍ଥନ ଯୋଗାଇ ଦେଇଥିଲା। କଠୋର ଆଭିମୁଖ୍ୟ ଓ ସଂସଦରେ ପ୍ରାୟ ୩୦ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ନିଃସର୍ତ୍ତ ସମର୍ଥନ ହେଉ ଅବା ଓଡ଼ିଶାରେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଟେକି ଦେବାଭଳି ନିଷ୍ପତ୍ତିରୁ ବିଜେଡିର ବାଧ୍ୟବାଧକତା ଓ ଅସହାୟତାକୁ ପଦାରେ ପକାଇ ଦେଇଥିଲା । ଏପରିକି ଗତ କିଛିମାସ ଧରି ରାଜ୍ୟରେ ବିଜେପି ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ କଡ଼ା ସମାଲୋଚନା ଜାରି ରଖିଥିଲେ ମଧ୍ୟ ବିଜେଡିର କୋହଳ ଆଭିମୁଖ୍ୟ ଦଳୀୟ କର୍ମୀ ଓ ନେତାମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ତା’ଛଡ଼ା ରାଜ୍ୟରେ ବିଜେପିର ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଜେଡି ଓ ବିଜେଡି ସରକାର ପ୍ରତି ନିରବତା ହିଁ ଦୁଇ ଦଳ ମଧ୍ୟରେ ଅଘୋଷିତ ବୁଝାମଣାକୁ ଇଙ୍ଗିତ କରିବାରେ ଲାଗିଛି ।

ଏଭଳି ପରିଦୃଶ୍ୟରେ ଆରଏସଏସ୍ ବା ସଂଘ ପରିବାରର ନିଜର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପାଇଁ ଓଡ଼ିଶାକୁ ବାଛିବା ବେଶ୍ ଗୁରୁତ୍ୱ ବହନ କରୁଛି। ସଂଘ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ଦଶହରାରୁ ଦୀପାବଳୀ ମଧ୍ୟରେ ପ୍ରତିବର୍ଷ ଆରଏସଏସ ପକ୍ଷରୁ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ସଂଘ ପରିବାର ନିଜର ସାଂଗଠନିକ କାର୍ଯ୍ୟକ୍ରମର ବିସ୍ତାର ଓ ଦୃଢ଼ୀକରଣ ଦିଗରେ ବିଚାରବିମର୍ଶ କରିଥାଏ। ଏହି ବୈଠକରେ ସଂଘର ଅଖିଳ ଭାରତୀୟ ପଦାଧିକାରୀ, ୧୧ଟି କ୍ଷେତ୍ରୀୟ ଅଧିକାରୀ ଓ ୪୨ଟି ପ୍ରାଦେଶିକ ପ୍ରଚାରକଙ୍କ ସମେତ ଆରଏସଏସ ସହ ଜଡ଼ିତ ବିଜେପିର ଶୀର୍ଷ ପଦାଧିକାରୀଙ୍କ ସମେତ ୮ଟି ଛାମୁଆ ସଂଗଠନର ସାଂଗଠନିକ ସମ୍ପାଦକ ସାମିଲ ହୋଇଥାନ୍ତି। ଏହି ସଂଖ୍ୟା ପ୍ରାୟ ୩୦୦ ମଧ୍ୟରେ ସୀମିତ ରହିଥାଏ। ଏହି ୩ଦିନିଆ କାର୍ଯ୍ୟକ୍ରମରେ ସାମିଲ୍ ପାଇଁ ସଂଘ ପରିବାର ମୁଖ୍ୟ ମୋହନ ଭାଗବତ ୮ଦିନ ଓ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ୩ଦିନ ଓଡ଼ିଶାରେ ରହିବା ନିଶ୍ଚିତ ଭାବେ ବିଜେଡି ପାଇଁ ସତର୍କ ଘଣ୍ଟି ହେବ।

ଓଡ଼ିଶାରେ ଆରଏସଏସ୍ ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ କରୁଥିବାରୁ ସଂଘ ପରିବାର ଓ ବିଜେପିର ଫୋକସରେ ‘ଓଡ଼ିଶା’ ରହିଥିବା ଏକରକମ ସ୍ପଷ୍ଟ ହୋଇଯାଇଛି । ଓଡ଼ିଶାରେ ସଂଘ ନିଜର ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନର ବିସ୍ତାର ଉପରେ ଧ୍ୟାନକେନ୍ଦ୍ରିତ କରିବ, ଯାହାକି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବିଜେପି ପାଇଁ ସହାୟକ ହେବ। ବିଜେପି ମଧ୍ୟ ଏବେ ବିଜେଡି ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ପରିବର୍ତ୍ତେ ବିଜେଡିର ଭୋଟବ୍ୟାଙ୍କରେ ଛିଦ୍ର କରିବା ପାଇଁ ନିଜର ରଣନୀତିରେ ପରିବର୍ତ୍ତନ କରିଛି। ଯାହାକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଚରଣ ଓ ଉଚ୍ଚାରଣରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଆଉ ଏସବୁ ଭିତରେ ବାଧ୍ୟବାଧକତାରେ ନିଜର ରଣନୀତି ବଦଳାଇଥିବା ବିଜେଡିକୁ ବି ନିଜର ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story