ଡିସେମ୍ୱରରୁ ଆରମ୍ଭ ହେବ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ମାସରୁ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ପ୍ରତି ହିତାଧିକାରୀଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିରେ ପ୍ରତି ପରିବାରକୁ ୟୁନିଟ୍ ଭାବେ ଗ୍ରହଣ କରାଯିବ। ତା’ସହ ରାଜ୍ୟର ପଛୁଆ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଲଗାତର ୫ ବର୍ଷ […]

labour

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 05:56 AM IST

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ମାସରୁ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ପ୍ରତି ହିତାଧିକାରୀଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଏଥିରେ ପ୍ରତି ପରିବାରକୁ ୟୁନିଟ୍ ଭାବେ ଗ୍ରହଣ କରାଯିବ। ତା’ସହ ରାଜ୍ୟର ପଛୁଆ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଲଗାତର ୫ ବର୍ଷ ଧରି ପଞ୍ଜୀକୃତ ହୋଇଥିବା ୧୮ରୁ ୬୦ ବର୍ଷ ବୟସ୍କ ଶ୍ରମିକମାନେ ଏହି ବାସଗୃହ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଅନ୍ୟ ବାସଗୃହ ଯୋଜନାର ହିତାଧିକାରୀମାନେ ଏହି ଆବେଦନ କରିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

Related story