ତରଭା ଗୁଳିକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ତରଭା ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ଆସନ୍ତାକାଲି  ଜିଲ୍ଲା  ବିଜେପି ପକ୍ଷରୁ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ଆଜି ଭୁବନେଶ୍ୱର ରାମ ମନ୍ଦିର ଛକ ନିକଟରେ ରାଜଧାନୀର କ୍ୟାବ୍‌ ଆସୋସିଏସନ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ବିଜେପି ସମର୍ଥନ କରିଥିଲା। ପ୍ରଥମେ ବିଜେପି କାର୍ଯ୍ୟାଳୟ ଆଗରେ ରାଜଧାନୀ କ୍ୟାବ୍‌ ଆସୋସିଏସନ୍‌ ସଦସ୍ୟ ଏକାଠି ହୋଇ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। କ୍ୟାବ୍ ଆସୋସିଏସନ ସଦସ୍ୟ ମୃତ ସଲମନ ରାଉତଙ୍କ ଫଟୋଚିତ୍ର ଧରି ନୀରବ ପ୍ରାର୍ଥନା କରିଥିଲେ। […]

bjp,,

Rakesh Mallick
  • Published: Sunday, 05 February 2017
  • , Updated: 07 February 2017, 09:08 PM IST

ଢେଙ୍କାନାଳ: ତରଭା ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ଆସନ୍ତାକାଲି  ଜିଲ୍ଲା  ବିଜେପି ପକ୍ଷରୁ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି।

ଆଜି ଭୁବନେଶ୍ୱର ରାମ ମନ୍ଦିର ଛକ ନିକଟରେ ରାଜଧାନୀର କ୍ୟାବ୍‌ ଆସୋସିଏସନ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ବିଜେପି ସମର୍ଥନ କରିଥିଲା। ପ୍ରଥମେ ବିଜେପି କାର୍ଯ୍ୟାଳୟ ଆଗରେ ରାଜଧାନୀ କ୍ୟାବ୍‌ ଆସୋସିଏସନ୍‌ ସଦସ୍ୟ ଏକାଠି ହୋଇ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। କ୍ୟାବ୍ ଆସୋସିଏସନ ସଦସ୍ୟ ମୃତ ସଲମନ ରାଉତଙ୍କ ଫଟୋଚିତ୍ର ଧରି ନୀରବ ପ୍ରାର୍ଥନା କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ସହ ସଲମନଙ୍କୁ ନ୍ୟାୟ ମିଳୁ ବୋଲି ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ବିଜେପିର ଜଣେ ସକ୍ରିୟ ସଦସ୍ୟ ସଲମନ ରାଉତଙ୍କୁ ହତ୍ୟା କରାଯାଇଛି। ସଲମନ୍‌ ରାଉତଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ସଲମନଙ୍କୁ ନ୍ୟାୟ ମିଳିବ। ବିଜେଡି ଦଳର ଏହି ନରହତ୍ୟାକୁ ଆମେ ଦୃଢ଼ ନିନ୍ଦା କରୁଛୁ।”

ଅନ୍ୟ ପକ୍ଷରେ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, “ଏହା ରାଜନୈତିକ ହତ୍ୟାକାଣ୍ଡ ନୁହେଁ। ଅଭିଯୁକ୍ତ ବିଜେଡିର ସମର୍ଥକ ନୁହଁନ୍ତି। ସେ  ଜଣେ  ପୋଲିସ୍‌ କର୍ମଚାରୀ”।

ସେ ଆହୁରି କହିଛନ୍ତି,“ଦୁଇ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତାରୁ  ଏହି ହତ୍ୟାକାଣ୍ଡ ଘଟିପାରେ।  ବିଜେପି ଏହାକୁ ଅଯଥାରେ ରାଜନୈତିକ ରଙ୍ଗ ଦେଉଛି। ଅଭିଯୁକ୍ତ ଗିରଫ ହେବା ପରେ ବିଜେପି ଏପରି କରିବା ଅନାବଶ୍ୟକ।”

 

Related story