ଆସନ୍ତାକାଲି ଠାରୁ ଆନ୍ଧ୍ର ଓ ଓଡିଶା ସୀମାରେ ମାଓବାଦୀଙ୍କ ପ୍ରତିବାଦ ସପ୍ତାହ  

ଭୁବନେଶ୍ୱର :   ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ୍ ମାଓବାଦୀ ସଂଗଠନ ମିଳିତ ଭାବରେ ଆସନ୍ତା କାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ କରିବାକୁ ଯାଉଛି । ଏହି ସପ୍ତାହରେ ୬ ରୁ ୭ ତାରିଖରେ ୩ଟି ଜିଲ୍ଲାକୁ ବନ୍ଦ ଡାକରା ଦିଆଯାଇଛି। ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦ କରି ମାଓବୀଦୀ ସଂଗଠନ ଏହି ଦିବସ ପାଳନ କରୁଛି । ପୋଲିସ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପକାଇ ଆଦିବାସୀ ମାନଙ୍କୁ ଅତ୍ୟାଚାର କରୁଥିବା ଏହି ଚିଠିରେ […]

2

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 05:57 AM IST

ଭୁବନେଶ୍ୱର :   ମାଲକାନଗିରି, କୋରାପୁଟ ଓ ବିଶାଖାପଟ୍ଟନମ୍ ମାଓବାଦୀ ସଂଗଠନ ମିଳିତ ଭାବରେ ଆସନ୍ତା କାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ କରିବାକୁ ଯାଉଛି । ଏହି ସପ୍ତାହରେ ୬ ରୁ ୭ ତାରିଖରେ ୩ଟି ଜିଲ୍ଲାକୁ ବନ୍ଦ ଡାକରା ଦିଆଯାଇଛି। ମିଥ୍ୟା ଏନକାଉଣ୍ଟରକୁ ପ୍ରତିବାଦ କରି ମାଓବୀଦୀ ସଂଗଠନ ଏହି ଦିବସ ପାଳନ କରୁଛି । ପୋଲିସ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପକାଇ ଆଦିବାସୀ ମାନଙ୍କୁ ଅତ୍ୟାଚାର କରୁଥିବା ଏହି ଚିଠିରେ ଉଲ୍ଲେଖ ରହିଛି। ଏହି ସପ୍ତାହକୁ ଦେଖି ପୋଲିସ ପକ୍ଷରୁ ଏସ.ଓ.ଜି , ଡି.ଭି.ଏଫ ଓ ବି.ଏସ.ଏଫ ମାଓ ପ୍ରବଣ ଅଞ୍ଚଳରେ ଅପରେସନକୁ ଜୋର ସୋର କରାଯାଇଛି। ଆନ୍ଧ୍ର ଓ ଛତିଶଗଡ ସହ ମିଳିତ ଅପରେସନ ମଧ୍ୟ ଚାଲିଛି। ସମସ୍ତ ଛକରେ ଗାଡି ଯାଞ୍ଚ ସହ ପୋଲିସ ସଜାଗ ହୋଇ ରହିଛି।

Related story