ଆସନ୍ତାକାଲିଠାରୁ ତାପମାତ୍ରା କମିବ, ୧୮ରୁ ବର୍ଷିବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅସହ୍ୟ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ତାତି କମିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲେ ହେଁ କିଛି ସ୍ଥାନରେ କାଳବୈଶାଖୀ ହୋଇଥିଲା। ୪୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ତାଳଚେର […]

rain

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 02:06 PM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅସହ୍ୟ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ତାତି କମିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲେ ହେଁ କିଛି ସ୍ଥାନରେ କାଳବୈଶାଖୀ ହୋଇଥିଲା। ୪୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ତାଳଚେର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା।

ଭୁବନେଶ୍ୱରର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୩୮.୫ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଅନୁଗୋଳର ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ ଝାରସୁଗୁଡା ୪o.୮, ସମ୍ବଲପୁର ୪୧.୮, ସୁନ୍ଦରଗଡ଼ ୪୦.୫, ହୀରାକୁଦ ୪୧.୧, ଭବାନୀପାଟଣା ୪୩.୨, ବଲାଙ୍ଗିର ୪୩.୫, ଟିଟିଲାଗଡ଼ ୪୩.୦,ମାଲକାନଗିରି ୪୧.୬ ଓ ସୋନପୁର  ୪୨.୦ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆଜି ସୁଦ୍ଧା ୧୮୧ରେ ପହଞ୍ଚିଛି। ସେଥିମଧ୍ୟରୁ ୯୫ଟିର ତଦନ୍ତ ଶେଷ ହୋଇଛି। ୧୮ ଜଣଙ୍କର  ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

Related story