ମାର୍ଚ୍ଚ ୨୫ରୁ ଆଶ୍ରମ ସ୍କୁଲ ଓ ଛାତ୍ରାବାସ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟର ସମସ୍ତ ଆଶ୍ରମ ସ୍କୁଲ ଓ ଏସସି-ଏସଟି ଛାତ୍ରାବାସକୁ ମାର୍ଚ୍ଚ ୨୫ରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଘରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ମାସର ପ୍ରି-ମାଟ୍ରିକ ସ୍କଲାରସିପ୍ ଆଗୁଆ ପ୍ରଦାନ କରାଯିବ। ବାଳିକା ଅନ୍ତେବାସୀଙ୍କୁ ୨୪୦୦ଟଙ୍କା ଓ ବାଳକ ଅନ୍ତେବାସୀଙ୍କୁ ୨୨୫୦ଟଙ୍କା ସ୍କୁଲରେ ଦିଆଯିବ ଓ ସେମାନଙ୍କର ପିତାମାତା ଅବା […]

school-students0066

Tapaswini Nayak
  • Published: Friday, 20 March 2020
  • , Updated: 20 March 2020, 04:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟର ସମସ୍ତ ଆଶ୍ରମ ସ୍କୁଲ ଓ ଏସସି-ଏସଟି ଛାତ୍ରାବାସକୁ ମାର୍ଚ୍ଚ ୨୫ରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ତେବେ ଘରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ମାସର ପ୍ରି-ମାଟ୍ରିକ ସ୍କଲାରସିପ୍ ଆଗୁଆ ପ୍ରଦାନ କରାଯିବ। ବାଳିକା ଅନ୍ତେବାସୀଙ୍କୁ ୨୪୦୦ଟଙ୍କା ଓ ବାଳକ ଅନ୍ତେବାସୀଙ୍କୁ ୨୨୫୦ଟଙ୍କା ସ୍କୁଲରେ ଦିଆଯିବ ଓ ସେମାନଙ୍କର ପିତାମାତା ଅବା ଅଭିଭାବକଙ୍କ ସ୍ୱାକ୍ଷର ନିଆଯିବ। ଏବେ ରାଜ୍ୟର ବିଭିନ୍ନ ଆଶ୍ରମ ସ୍କୁଲ ଓ ଛାତ୍ରାବାସରେ ପ୍ରାୟ ୫.୬୦ଲକ୍ଷ ଛାତ୍ରଛାତ୍ରୀ ରହୁଛନ୍ତି।

Related story