ବିଜେପିରେ ମିଶିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଆଇଏଏସ୍ ଅଫିସର୍‌ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ତାଙ୍କ ପ୍ରାର୍ଥିତ୍ୱକୁ ବିଜେଡି ମଧ୍ୟ ସମର୍ଥନ ଘୋଷଣା କରିଛି। ବିଜେପିରେ ମିଶିବା ପରେ ଶ୍ରୀ ବୈଷ୍ଣବ କହିଛନ୍ତି,“ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବିଜେପି ମୋତେ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦଳକୁ […]

bjp

Jitendra Garnayak
  • Published: Saturday, 22 June 2019
  • , Updated: 22 June 2019, 01:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ଆଇଏଏସ୍ ଅଫିସର୍‌ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି।

ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ତାଙ୍କ ପ୍ରାର୍ଥିତ୍ୱକୁ ବିଜେଡି ମଧ୍ୟ ସମର୍ଥନ ଘୋଷଣା କରିଛି।

ବିଜେପିରେ ମିଶିବା ପରେ ଶ୍ରୀ ବୈଷ୍ଣବ କହିଛନ୍ତି,“ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବିଜେପି ମୋତେ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦଳକୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ଯାହା କରିବା କଥା ମୁଁ କରିବି।”

ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ଅଶ୍ୱିନୀଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ ପୁଣିଥରେ ସଫେଇ ଦେଇ କହିଥିଲେ ଯେ, ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ।

ତେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଉଭୟ ଦଳକୁ ସମାଲୋଚନା କରିଛି କଂଗ୍ରେସ।

ଦଳୀୟ ନେତା ସତ୍ୟ ନାୟକ କହିଛନ୍ତି,“ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ଦ୍ୱାରା ଓଡ଼ିଶାର କ’ଣ ସ୍ୱାର୍ଥ ହାସଲ ହେଲା? ଅଶ୍ୱିନୀଙ୍କ ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି? ପୋଡ଼ା ଟ୍ରାନ୍ସଫର୍ମର ଓ ଡବଲ ଇଞ୍ଜିନ ଏକାଠି ହେବାର କାରଣ କ’ଣ?”

ସେ ଆହୁରି କହିଛନ୍ତି,“ଚିଟ୍‌ଫଣ୍ଡରେ ଟଣାହେବା ଆଶଙ୍କାରେ ବିଜେପି କଥାକୁ ବିଜେଡି ମାନୁଛି। ଉଭୟଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି। ଇଚ୍ଛାଧୀନ କୋଟାରେ ଅଶ୍ୱିନୀ ଜମି ନେଇଥିବା ତାରା ଦତ୍ତ କମିଟି କହିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟୀକରଣ ଦେଇପାରିବେ।”

Related story