ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଗୀଙ୍କୁ ଲୁଣ ଚିକିତ୍ସା ସଂପର୍କୀତ ଅଭିଯୋଗରେ ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ କରାଯାଇଛି। ଓଡ଼ିଶା କାଉସେଲିଂ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍ଆର) ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ଲୁଣ ଚିକିତ୍ସା ନେଇ ପୂଜାହାରୀଙ୍କ ନାଁରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି ସେପ୍ଟେମ୍ବର ୬ ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହେବା ଲାଗି ନୋଟିସ୍ କରାଯାଇଛି। ସେହିଦିନ ଅପରାହ୍ଣ ୪ଟା ବେଳେ ହାଜର ହେବାକୁ ଅଶ୍ୱିନୀଙ୍କୁ କୁହାଯାଇଛି। […]

45550000000000000

Tapaswini Nayak
  • Published: Tuesday, 27 August 2019
  • , Updated: 27 August 2019, 02:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଗୀଙ୍କୁ ଲୁଣ ଚିକିତ୍ସା ସଂପର୍କୀତ ଅଭିଯୋଗରେ ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ କରାଯାଇଛି। ଓଡ଼ିଶା କାଉସେଲିଂ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍ଆର) ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି।

ଲୁଣ ଚିକିତ୍ସା ନେଇ ପୂଜାହାରୀଙ୍କ ନାଁରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି ସେପ୍ଟେମ୍ବର ୬ ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହେବା ଲାଗି ନୋଟିସ୍ କରାଯାଇଛି। ସେହିଦିନ ଅପରାହ୍ଣ ୪ଟା ବେଳେ ହାଜର ହେବାକୁ ଅଶ୍ୱିନୀଙ୍କୁ କୁହାଯାଇଛି। ହାଜର ନ ହେଲେ ଏଥିକ୍ସ କମିଟି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଓସିଏମ୍ଆର୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଅଶ୍ୱିନୀ ପୂଜାହାରୀ ଭିମ୍‌ସାରର ନିର୍ଦ୍ଦେଶକ ଥିବା ବେଳେ ରୋଗୀଙ୍କୁ ଲୁଣ ଚିକିତ୍ସା କରିଥିଲେ। କ୍ୟାନସରେ ପୀଡ଼ିତ ଜଣେ ରୋଗୀଙ୍କ ଅପରେସନ୍‌ ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ପୂଜାହାରୀଙ୍କୁ ତୀବ୍ର ବିରୋଧ କରାଯାଇଥିଲା।

 

 

Related story