ଆଇଆଇସିଙ୍କ ହାରାସ୍‌ମେଣ୍ଟରୁ ଏସ୍‌ଆଇଙ୍କ ଆତ୍ମହତ୍ୟା, ଅଭିଯୋଗ ଆଣିଲେ ଭାଇ

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଆଇଆଇସିଙ୍କ ହାରାସ୍‌ମେଣ୍ଟରୁ ଏସ୍‌ଆଇଙ୍କ ଆତ୍ମହତ୍ୟା। ଅଭିଯୋଗ ଆଣିଲେ ମୃତ ଏସ୍‌ଆଇ ଭାଇ।  କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଦର୍ଶ ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଆସିଛି ଏଭଳି ଟୁଇଷ୍ଟ। ଜି. ଉଦୟଗିରି ଆଇଆଇସି ମେଣ୍ଟାଲ ହାରାସ କରୁଥିଲେ ବୋଲି ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା ଓ ମା’ ଉଷାରାଣୀ ବେହେରା ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। […]

sagarika

sagarika

Niranjan Mishra
  • Published: Saturday, 27 August 2022
  • Updated: 27 August 2022, 07:09 PM IST

Sports

Latest News

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଆଇଆଇସିଙ୍କ ହାରାସ୍‌ମେଣ୍ଟରୁ ଏସ୍‌ଆଇଙ୍କ ଆତ୍ମହତ୍ୟା। ଅଭିଯୋଗ ଆଣିଲେ ମୃତ ଏସ୍‌ଆଇ ଭାଇ।  କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଦର୍ଶ ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରା ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଆସିଛି ଏଭଳି ଟୁଇଷ୍ଟ। ଜି. ଉଦୟଗିରି ଆଇଆଇସି ମେଣ୍ଟାଲ ହାରାସ କରୁଥିଲେ ବୋଲି ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା ଓ ମା’ ଉଷାରାଣୀ ବେହେରା ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ତେବେ ଏ ନେଇ ସାଗରିକଙ୍କ ପରିବାର ଲୋକଙ୍କ ସହ ଅଲୋଚନା ବେଳେ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି ଜି. ଉଦୟଗିରି ଏସ୍‌ଡିପିଓ  ଡି. ଟିରୁପତି ରାୟ।

ସାଗରିକାଙ୍କ ଭାଇ ମନୋରଞ୍ଜନ କହିଛନ୍ତି, ଭଉଣୀ ଉପରେ କାମର ଚାପ ଥିଲା। ଭଉଣୀ ଫୋନ୍ କରି କାନ୍ଦେ। ହଇରାଣ କରାଯାଉଥିବା କହେ। ଜି. ଉଦୟଗିରି ଆଇଆଇସି ମେଣ୍ଟାଲ ହାରାସ ସହ ଗାଳିଗୁଲଜ କରୁଥିବା କହେ। କାମ ନ ଆସିଲେ ଚାକିରି ଛାଡ଼ି ଦେବାକୁ ଧମକ ଦେଉଥିବା କହେ। ଗତକାଲି ରାତିରେ ଫୋନ୍ କରି ଭଉଣୀ କାନ୍ଦିଥିଲା। ଆଉ ବଞ୍ଚିବିନି କହିଥିଲା। ଆଜି ସକାଳୁ ଫୋନ୍ କରିବା ବେଳେ ଆଉ ସେ ଫୋନ୍ ଉଠାଇ ନ ଥିଲା। କିଛି ସମୟ ପରେ ତାର ମୃତ୍ୟୁ ଖବର ମିଳିଥିଲା। ତେଣୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ମନୋରଞ୍ଜନ।

ସେହିପରି ସାଗରିକାଙ୍କ ମା’ ଉଷାରାଣୀ କହିଛନ୍ତି, ଝିଅକୁ ଦୁଇଦିନ ତଳେ ଫୋନ୍ କରିଥିଲେ। ଭଲମନ୍ଦ ପଚରାରିବା ବେଳେ ଝିଅ ମନ ଦୁଃଖ କରିଥିଲା। ଥାନା ଅଧିକାରୀ ହରାସ କରୁଥିବା କହିଥିଲା। ସେ ଏହାର ପ୍ରତିବାଦ କରିପାରୁ ନ ଥିବା ମଧ୍ୟ ଜଣାଇଥିଲା। ତେଣୁ ଏହି ଘଟଣାର ତଦନ୍ତ କରି ନ୍ୟାୟ ଦିଆଯାଉ।

ସୂଚନା ଥାଉକି, ସାଗରିକା ଦେଢ଼ ବର୍ଷ ହେବ ଜି. ଉଦୟଗିରି ଥାନାରେ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ। ଏହି ସରକାରୀ ବାସଭବନରୁ ତାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଥିଲା।

ସେପଟେ ଏଭଳି ଅଭିଯୋଗ ଆସି ନ ଥିବା କହିବା ସହ ସାଗରିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା କହିଛନ୍ତି ଜି. ଉଦୟଗିରି ଏସ୍‌ଡିପିଓ  ଡି. ଟିରୁପତି ରାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos