ମୋତେ ଏଏସ୍‌ଆଇ ଦୁଷ୍କର୍ମ କରିଛନ୍ତି, ଏସ୍‌ପି ମିଛ କହୁଛନ୍ତି: ପୀଡ଼ିତା

ପୁରୀ (ଓଡ଼ିଶା ରିପୋର୍ଟର): ବଳଙ୍ଗା ଦୁଷ୍କର୍ମ ମାମଲା ଏବେ ଭିନ୍ନ ମୋଡ ନେଇଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବଳଙ୍ଗା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କୁ ନିଲମ୍ୱିତ କରାଯାଇଛି। କିନ୍ତୁ ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ମହିଳାଙ୍କୁ ଦୁଷ୍କର୍ମ ହୋଇନାହିଁ। ଯାହାକୁ ପୀଡ଼ିତା ଖଣ୍ଡନ କରିଛନ୍ତି ପୀଡ଼ିତା। ଗଣମାଧ୍ୟମକୁ ସେ କହିଛନ୍ତି-“ମୋତେ ଦୁଷ୍କର୍ମ ହୋଇଛି। ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ ହିଁ ଦୁଷ୍କର୍ମ କରିଛନ୍ତି। ମାତ୍ର ଆଜି ଏସ୍‌ପି ଯାହା କହିଛନ୍ତି, ତାହା ମିଛ।” ଡାକ୍ତରୀମାଇନା ପାଇଁ ମନା କରିବାକୁ […]

pur

Niharika Rout
  • Published: Saturday, 04 January 2020
  • , Updated: 04 January 2020, 04:32 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବଳଙ୍ଗା ଦୁଷ୍କର୍ମ ମାମଲା ଏବେ ଭିନ୍ନ ମୋଡ ନେଇଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବଳଙ୍ଗା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କୁ ନିଲମ୍ୱିତ କରାଯାଇଛି। କିନ୍ତୁ ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ମହିଳାଙ୍କୁ ଦୁଷ୍କର୍ମ ହୋଇନାହିଁ। ଯାହାକୁ ପୀଡ଼ିତା ଖଣ୍ଡନ କରିଛନ୍ତି ପୀଡ଼ିତା।

ଗଣମାଧ୍ୟମକୁ ସେ କହିଛନ୍ତି-“ମୋତେ ଦୁଷ୍କର୍ମ ହୋଇଛି। ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ ହିଁ ଦୁଷ୍କର୍ମ କରିଛନ୍ତି। ମାତ୍ର ଆଜି ଏସ୍‌ପି ଯାହା କହିଛନ୍ତି, ତାହା ମିଛ।”

ଡାକ୍ତରୀମାଇନା ପାଇଁ ମନା କରିବାକୁ ସମ୍ପର୍କରେ ପୀଡ଼ିତା କହିଛନ୍ତି-“ଆଜକୁ ୩ ମାସ ତଳେ ମୋତେ ଦୁଷ୍କର୍ମ ହୋଇଥିଲା। ଏହା ପରେ ମୁଁ ମୋ ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛି। ତେଣୁ ସେଥିପାଇଁ ଡାକ୍ତରୀମାଇନା ପାଇଁ ମନା କରିଛି।”

ପୀଡ଼ିତାଙ୍କ ସ୍ୱାମୀ ୩ ମାସ ତଳେ ଏକ ଅଟୋ କିଣିଥିଲେ। ସେହି ଅଟୋଟିକୁ ପୋଡ଼ି ଦିଆଯାଇଥିଲା। ଏନେଇ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏଏସ୍‌ଆଇ ଚିତ୍ତରଞ୍ଜନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମାମଲାର ସମାଧାନ ପାଇଁ ପୀଡ଼ିତା ଚାହିଁଥିଲେ। ସେଥିପାଇଁ ପୀଡ଼ିତାଙ୍କୁ ନିଜ କ୍ୱାର୍ଟର୍ସକୁ ଡାକି ଏଏସ୍‌ଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ପିପିଲି ଏସ୍‌ଡିପିଓଙ୍କ ପାଖରେ ସେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story