ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍: ଲାଗୁ ହେଲା ଟ୍ରାଫିକ୍ କଟକଣା, ବଦଳିଲା ରୁଟ୍‌ ଚାର୍ଟ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଟ୍ରାଫିକ କଟକଣା ଲାଗୁ କଲା କମିଶନରେଟ୍ ପୋଲିସ। ଆସନ୍ତା ବୁଧବାର ଅର୍ଥାତ ଉଦ୍‌ଘାଟନୀ ସମାରୋହ ଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦ ୱାର୍ଲ୍ଡ ଛକ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯିବ। ସେହିଭଳି ନିକୋ ପାର୍କ ଛକରୁ ଦ ୱାର୍ଲ୍ଡ ଛକ ପର୍ଯ୍ୟନ୍ତ ବୁଧବାର ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଯାଏଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ […]

asian

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 11:10 AM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଟ୍ରାଫିକ କଟକଣା ଲାଗୁ କଲା କମିଶନରେଟ୍ ପୋଲିସ। ଆସନ୍ତା ବୁଧବାର ଅର୍ଥାତ ଉଦ୍‌ଘାଟନୀ ସମାରୋହ ଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ ଜୟଦେବ ବିହାର ଛକରୁ କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦ ୱାର୍ଲ୍ଡ ଛକ ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯିବ।

ସେହିଭଳି ନିକୋ ପାର୍କ ଛକରୁ ଦ ୱାର୍ଲ୍ଡ ଛକ ପର୍ଯ୍ୟନ୍ତ ବୁଧବାର ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ଯାଏଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଆସୁଥିବା ଗାଡ଼ି ଗୁଡ଼ିକ ଓଭର ବ୍ରିଜ୍‌ରେ ଯିବା ଆସିବା କରିବେ।  କାର୍ ପାସ୍ ଥିବା ଗାଡ଼ି, ଖେଳାଳିଙ୍କ ଗାଡ଼ି ଓ ଭିଆଇପି ତଥା ନିମନ୍ତ୍ରିତ ଅତିଥିଙ୍କ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

ପାସ୍‌ଧାରୀମାନେ କଳିଙ୍ଗ ଷ୍ଟାଡ଼ିୟମ୍ ପରିସରରେ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ଅନ୍ୟମାନେ ନିୟୁ ଏଜି କଲୋନୀ, ପୋଲିସ ରିଜର୍ଭ ପଡ଼ିଆ, ନୟାପଲ୍ଲୀ ରାବଣପୋଡ଼ି ପଡ଼ିଆ, ଆଶ୍ରମ ସ୍କୁଲ ତଥା ନିକୋ ପାର୍କ ରାସ୍ତାରେ ଗାଡ଼ି ପାର୍କିଂ କରି ପାରିବେ।

Related story